Latest Odisha News

BREAKING NEWS

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ବିକ୍ଷୋଭ

ଯାଜପୁର: ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରିୟଙ୍କା ଲକ୍ଷ୍ମୀପୁର ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାର ପ୍ରତିବାଦ କରି ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ଛକରେ ବିକ୍ଷୋଭ କରିଥିଲେ।

ଉତ୍ତରପ୍ରଦେଶରେ ତାଲିବାନି ଶାସନ ଚାଲିଥିବା ଅଭିଯୋଗ କରି କଂଗ୍ରେସ କର୍ମୀ ଓ ନେତାମାନେ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ତେଣୁ ତୁରନ୍ତ ପ୍ରିୟଙ୍କା ଗାନ୍ଧୀଙ୍କୁ ଖଲାସ କରିବା ପାଇଁ କଂଗ୍ରେସ ନେତାମାନେ ଦାବି କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତଳିକା ଦାହ କରିଥିଲେ କଂଗ୍ରେସ ନେତା।

Leave A Reply

Your email address will not be published.