Latest Odisha News

BREAKING NEWS

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି ।

ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ ଜାଣିପାରିଥିଲା । ବାରିପଦା ବନ ବିଭାଗ ସହଯୋଗରେ ଏସ୍‌ଟିଏଫ୍ ଟିମ୍ ଚଢାଉ କରି ଚିତାବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହାଟପଦା ସାହିର ବିଦ୍ୟାଧର ନାୟକ ବୋଲି ସୂଚନା ରହିଛି ।

Leave A Reply

Your email address will not be published.