Latest Odisha News

BREAKING NEWS

ଯାଜପୁର କଣ୍ଟେନମେଣ୍ଟ ଜୋନ୍‌ରେ ମେ’ ୧୦ ଯାଏଁ କଟକଣା

ଯାଜପୁର: ଯାଜପୁର ଜିଲାରେ ଗତକାଲି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଦଶରଥପୁର ବ୍ଳକ କଟକଟା ପଂଚାୟତର କଟିକଟା, ବିହିପୁର, ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଏବଂ ମଲ୍ଲିକାପୁର(ଆଶିଂକ) ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ଏଠାରେ ମେ ୧୦ ତାରିଖ ସକାଳ ୮ଟ ପର‌୍ୟ୍ୟନ୍ତ କଟକଣା ବଳବତର ରହିବ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ଜିଲାର କେତେକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଖୋଲିବା ପାଇଁ ପ୍ରଶାସନିକ ନିଷ୍ପତି ନିଆଯାଇଛି । ଏହି ସବୁ ଦୋକାନ ସକାଳ ୬ଟା ଠାରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିବ । ବହି ଦୋକାନ କେବଳ ରବିବାର ଖୋଲା ରହିବ, ଆମିଷ ଦୋକାନ ବୁଧବାର,ଶୁକ୍ରବାର ଏବଂ ରବିବାର ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି ।

ଜିଲ୍ଲାର ଅନ୍ୟ ପାଥୋଲାବ, ଅତ୍ୟାବଶ୍ୟକ ସାମଗ୍ରୀ, ଗୋଖାଦ୍ୟ ସାମଗ୍ରୀ,ଏଲପିଜି ଗ୍ୟାସ, ସିମେଂଟ ରଡ, ମୋବାଇଲ ରିଚାର୍ଜ ଦୋକାନ ଖୋଲା ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ଯାଜପୁର ଜିଲାପାଳଙ୍କ ଆବାସିକ କାର‌୍ୟ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ରଂଜନ ଦାସଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.