Latest Odisha News

BREAKING NEWS

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।

ପ୍ରସ୍ତୁତି ବୈଠକରେ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦିନରେ ବାତ୍ୟା ସଚେତନତା ପାଇଁ ମାଇକ ଯୋଗେ ପ୍ରଚାର କରାଯିବାର ଯୋଜନା ରହିଛି । ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲାଯିବାକୁ ଥିବାବେଳେ କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥାପନା କରାଯିବ ।

ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ଲାଗି ବ୍ଲୁ ପ୍ରଣ୍ଟ ପ୍ରସ୍ତୁତି ସରିଥଲାବେଳେ ସରକାରୀ ଅନୁଷ୍ଠାନ ଓ ସ୍କୁଲଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଅନ୍ୟପଟେ ସମସ୍ତ ପ୍ରକାର ସ୍ଥିତିକୁ ମୁକାବିଲା କରିବା ପାଇଁ ଦମକଳ ବାହିନୀ ସଜାଗ ରହିଛି । ବିଦ୍ୟୁତ ଓ ଟେଲିକମ୍ ବିଭାଗର ଅଧିକାରୀଙ୍କୁ ଆଲର୍ଟ କରାଯାଇଥିବା ସୂଚନା ରହିଛି । ତେବେ କୌଣସି ସ୍ଥିତିରେ ଭୟଭୀତ ନହୋଇ ପରିସ୍ଥିତିର ସାମ୍ନା କରିବାକୁ ଯାଜପୁର ବାସିନ୍ଦାଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.