ଯାଜପୁର: ଯାଜପୁରର ଗଣପର୍ବ ଭାବେ ଜଣା କାଳୀପୂଜା। ଦୀପାବଳୀର ମଧ୍ୟରାତ୍ରିରୁ ଜିଲ୍ଲାରେ ମୋଟ ୬୭ଟି ମଣ୍ଡପରେ ଚାଲିଛି ମା ଶ୍ୟାମାକାଳୀ ଙ୍କ ପୂଜାର୍ଚ୍ଚନା। ପ୍ରତିବର୍ଷ ବେଶ୍ ଧୁମଧାମରେ ମା ଙ୍କ ପୂଜା କରାଯାଏ । ମାତ୍ର ଚଳିତ ବର୍ଷ କୋରୋନା ସଂକ୍ରମଣ ବଢିବା ଭୟରେ ସରକାର ପୂଜା ଉପରେ କଟକଣା ଲଗାଇଛନ୍ତି । କଟକଣା ମୁତାବକ ବିନା ଭକ୍ତରେ ୭ ଜଣଙ୍କ ମଧ୍ୟରେ ନିରାଡମ୍ବର ଭାବେ ମା ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି ।
ଚାଳିତଥର ନା ଅଛି ସାଜସଜ୍ଜା ନା ଅଛି ସୁଉଚ୍ଚ ତୋରଣ। ମହା ଆଡମ୍ବରରେ ପ୍ରତିବର୍ଷ ଏଠାରେ ୧୦ ଦିନ ଧରି ମାଆଙ୍କର ପୂଜା କରାଯାଉଥିବା ବେଳେ ଚଳିତ ଥର ୪ ଦିନରେ ଏହାକୁ ସୀମିତ ରଖା ଯାଇଛି।
ଏହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜନସମାଗମ ଏଠାରେ ଘଟିଥାଏ । ଲୋକଙ୍କ କୋଳାହଳ ସାଙ୍ଗକୁ ମାଆଙ୍କ ପୂଜା ମଣ୍ଡପର ମନ୍ତ୍ର ଧ୍ୱନୀ ରେ ପ୍ରକମ୍ପିତ ହୁଏ ଚତୁର୍ଦିଗ। ମାତ୍ର ଚଳିତ ଥର ସବୁ ଖାଁ ଖାଁ। ଯାଜପୁରର ଏହି ଗଣ ପର୍ବକୁ ଫିକା କରିଛି ସରକାରଙ୍କ କୋଭିଡ ଗାଇଡ଼ଲାଇନ।
Comments are closed.