Latest Odisha News

ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଯାଜପୁର : ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ଅମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଦାସ ଅଳ୍ପ ବୟସରେ ଜଣେ ନିଷ୍ଠାପର ସାହସୀ ସାମ୍ବାଦିକ ଭାବେ ସାରା ଓଡିଶାରେ ବେଶ ସୁନାମ ଅର୍ଜନ କରିଥିଲେ ।

ଏଭଳି ଏକ ସାହସୀ କାର୍ଯ୍ୟ କରିବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଏହି ଅବସରରେ ଯାଜପୁର ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତି,ଆଦିତ୍ୟ ମେକାପ, ହିମାଂଶୁ ପାଢି ,ସମରଜିତ ମହାନ୍ତି, ବିଶ୍ୱଭୂଷଣ ଜେନା, ତପନ ମହାରଣ୍ ,ମାନସ ଜେନା, ମହେଶ୍ୱର ସାହୁ, ସନ୍ଦିପ୍ତ ରାୟ, ସଂଜୀବ ନାୟକ, ଦେବାଶିଷ ସାହୁ, ବିଜୟ ସାହୁ, ପରମେଶ୍ୱର ବେହୁରିଆ, ଅଜୟ ରାଉଳ, ବିରଜା ପାଣି, ଅନିଲ ପଣ୍ଡା, ଶକ୍ତି ସୌରଭ ମହାପାତ୍ର, , ଜୀବନ ଜ୍ୟୋତି ପାଣିଗ୍ରାହୀ, ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.