Latest Odisha News

ବିଭିନ୍ନ ଚୋରି ଘଟଣାରେ ୭ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଗିରଫଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ତଦନ୍ତ କରି ପୋଲିସ ଏହି ଗ୍ୟାଙ୍ଗକୁ କାବୁ କରିଛି । ଅଭିଯୁକ୍ତଙ୍କ ନିକଟରୁ ସିସିଟିଭି କ୍ୟାମେରା, ପାଣି ମୋଟର, ୧୪୨ ଗ୍ରାମର ସୁନା ଅଳଙ୍କାର, ୩୨୧ ଗ୍ରାମର ରୂପା ଅଳଙ୍କାର, ନଗଦ ୧୨ ହଜାର ଟଙ୍କା ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ଲଳିତେଶ୍ୱର, ଶୀତଳେଶ୍ୱର, ଅକରପଡ଼ା, କପାସି ଅଞ୍ଚଳର ବୋଲି ଜଣାପଡ଼ିଛି । ଆଇପିସି ଧାରା ୩୮୦ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ କରି ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ । ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ସବୁ ଜିନିଷ ଜବତ କରାଯାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ଏସଡିପିଓ ।

Leave A Reply

Your email address will not be published.