Latest Odisha News

[ଦେଖନ୍ତୁ ଭିଡିଓ] ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା, ଦର୍ଶନ ଦେଉଛନ୍ତି ଅଲାରନାଥ

ପୁରୀ: ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡିତ ମହାପ୍ରଭୁ।। ଚିକତ୍ସା ପାଇଁ ପ୍ରଭୁ ଅଣସର ଘଷର ଥିବା ବେଳେ ଚାଲିଛି ପଟିଦିଅଁ ପୂଜାର୍ଚ୍ଚନା। ଆଉ ଏହି ସମୟରେ ବ୍ରହ୍ମଗିରିରେ ପୂଜା ପାଉଛନ୍ତି ପ୍ରଭୁ ଅଲାରନାଥ । ତୃତୀୟ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା । ଜଗନ୍ନାଥ ଭକ୍ତ ସେପଟେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ।

ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୧୫ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ମଙ୍ଗଳ ଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ହୋଇଥିଲା । ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥ ପୀଠକୁ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗୁଛି ।

ଅଲାରନାଥଙ୍କ ପ୍ରିୟ ହେଉଛି କ୍ଷୀରିଭୋଗ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏହି କ୍ଷୀରି ଭୋଗ ଲଗାଇବା ସହିତ ଦର୍ଶନ କରୁଛନ୍ତି। ଏହିଦିନରେ ପ୍ରଭୁଙ୍କ ଦର୍ଶନ କରିଲେ ଅଶେଷ କୃପା ଲାଭ ହୋଇଥାଏ ବୋଲି ରହିଛି ବିଶ୍ୱାସ।

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଅଲାରନାଥ ସେବାୟତ ନିଯୋଗ ପକ୍ଷରୁ ନୀତିକାନ୍ତି ଶୃଙ୍ଖଳିତ କରିବା ସହ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ବେଶି ମହିଳା ହୋମଗାର୍ଡଙ୍କୁ ମୁତୟନ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ବୋଲି କହିଛନ୍ତି ଥାନା ଅଧିକାରୀ ।

Leave A Reply

Your email address will not be published.