Latest Odisha News

ଯାଜପୁରରେ ଗଜରାଜଙ୍କ ଉପଦ୍ରବ; ଟ୍ରାଙ୍କୁଲାଇଜ ଦ୍ୱାରା କାବୁ କରିବାକୁ ଯୋଜନା

ଯାଜପୁର: ଯାଜପୁର ଜିଲ୍ଲାରେ ଦୀର୍ଘ ୮ ଦିନ ଧରି ଲୋକଙ୍କୁ ଅତିଷ୍ଠ କଲାଣି ନରହନ୍ତା ଦନ୍ତାର ଉପଦ୍ରବ ।

ତୁରନ୍ତ ହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା । ବିଗତ ୮ ଦିନ ମଧ୍ୟରେ ୪ ମୁଣ୍ଡ ନେଲାଣି ଦନ୍ତା ତାସହ ଅନେକ ଆହତ । କେତେଯେ ଫସଲ ଉଜୁଡିଲାଣି ତାର ହିସାବ ନାହିଁ।

ହାତୀ ଉପଦ୍ରବରେ ଅତିଷ୍ଠ ହୋଇଗଲେଣି ସାରା ଜିଲ୍ଲାବାସୀ । ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗର ଆରମ୍ଭ ହେଲା ଗଜ ଉଦ୍ଧାର ଅଭିଯାନ । ଏନେଇ ସାତକୋଶିଆ ରୁ ବନବିଭାଗର ଏକ ସ୍ବତନ୍ତ୍ର ଟିମ୍ ପହଞ୍ଚିଛନ୍ତି। ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ଉପରେ ଲକ୍ଷ ରଖାଯାଇଛି। ହାତୀକୁ ଟ୍ରାଙ୍କୁଲାଇଜ କାରିବା ପରେ ହାତୀର ସ୍ୱାସ୍ଥ୍ୟ ଅବସ୍ତା ଲକ୍ଷ କରିଯିବ। ପରେ ହାତୀର ସ୍ୱାସ୍ଥ୍ୟ ଅବସ୍ତା ଅନୁଧ୍ୟାନ କରିବା ପାଇଁ ଅଭିଜ୍ଞ ଡାକ୍ତରୀ ଦଳ ଘଟଣ ସ୍ତଳରେ ପହଞ୍ଚିଛନ୍ତି । କଟକ, ଯାଜପୁର, କେନ୍ଦୁଝର ଓ ଅନୁଗୁଳ ବନଖଣ୍ଡର ବରିଷ୍ଟ ବନ ବିଭାଗ ଅଧିକାରୀ ମନେ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଛନ୍ତି। ସେପଟେ ହାତୀ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମୁଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨ ଜଣ ଡି.ଏସ.ପି ଙ୍କ ସହ ୪ ଜଣ ଥାନା ଅଧିକାରୀ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି

ଗତ ୮ ଦିନ ଭିତରେ ୪ ଜଣଙ୍କୁ ହାତୀ ମାରିସାରିଥିବା ବେଳେ ବନବିଭାଗ ହାତୀକୁ ଧରିବାରେ ଅକ୍ଷମତା ଯୋଗୁଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି ।

ହାତୀ ଘଉଡାଇବା, ଓ ଧନଜୀବନ ସୁରକ୍ଷା ଦାବିରେ ମିଲଟାରୀ ଛକ ଓ ମାନପୁର ଓଭରବ୍ରିଜ ନିକଟରେ ଉତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Comments are closed.