Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍ ୨୦୨୦: ଗୃହ ଋଣରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ ଆୟକର ରିହାତି !

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ଥିବା ବଜେଟ୍ ୨୦୨୦ରେ ଘର କିଣିବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ ହୋଇପାରେ ବିଶେଷ ଘୋଷଣା । ମିଳିଥିବା ସୂଚନା ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘର କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବିଶେଷ ଆଶ୍ୱସ୍ତିି ଦେଇପାରନ୍ତି । ଏହି ବଜେଟ୍‌ରେ ଦୁଇ ପ୍ରକାରର ବିଶେଷ ଘୋଷଣା ହୋଇପାରେ । ପ୍ରଥମଟି ହେଲା- ଗୃହଋଣ ନେଇ ଘର କିଣୁଥିବା ଲୋକଙ୍କୁ ଓ ଦ୍ୱିତୀୟଟି ରେଂଟାଲ ହାଉସିଙ୍ଗ ପାଇଁ ବିଶେଷ ଘୋଷଣା ହୋଇପାରେ ।

ଗୃହଋଣ ନେଇ ଘର କିଣୁଥିବା ଲୋକଙ୍କୁ ସରକାର ବଜେଟରେ ବଡ ଆଶ୍ୱସ୍ତି ଦେବାକୁ ନେଇ ଚାଲିଛି ଚର୍ଚ୍ଚା । ଗୃହଋଣ ସୁଧରେ ଆୟକର ରିହାତି ବଢ଼ିପାରେ । କିନ୍ତୁ ଆୟକର ନିୟମ ଧାରା ୨୪ ମୁତାବକ, ଗୃହଋଣ ସୁଧରେ ସର୍ବାଧିକ ରିହାତି ୨ଲକ୍ଷ ଟଙ୍କାର ମିଳେ । ହାଉସିଙ୍ଗ ମନ୍ତ୍ରାଳୟ ଏହାକୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ସୁପାରିଶ କରିଛନ୍ତି ।

ଯଦିଓ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ବଢ଼ିବାର କୌଣସି ସମ୍ଭାବନା ନାହିଁ, କିନ୍ତୁ ଏଥିରେ ରିହାତି ମିଳିବାର ଆଶା ଅଛି ।

ଏଭଳି ପ୍ରକାରରେ, ଗୃହଋଣ ଉପରେ କୌଣସି ରିହାତି ନାହିଁ । ଧାରା ୮୦ସି ମୁତାବକ, ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ନେଇପାରିବେ । ଏହାକୁ ବି ବୃଦ୍ଧି କରିବା ପାଇଁ ସୁପାରିଶ କରାଯାଇଛି । ଏହା ବି ହୋଇପାରେ କି ଗୃହଋଣ ନିୟମକୁ ଧାରା ୮୦ସିରୁ ହଟାଇ ଅନ୍ୟ ଏକ ଧାରା କରାଯାଇପାରେ ।

Leave A Reply

Your email address will not be published.