Latest Odisha News

BREAKING NEWS

ଅସହ୍ୟ ଋଣଭାର, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ଯୁବକ

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଯାଜପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକ । ବ୍ୟବସାୟ ପାଇଁ ଋଣ ଆଣି ବିଫଳ ହେବାରୁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି ରାକେଶ ଦାସ । ଏହି ଘଟଣା କେବଳ ଯାଜପୁର ନୁହେଁ ବରଂ ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଛି ।

ବିଂଝାରପୁର ବ୍ଲକ ଆଉଁରୀ ଗାଁର ବିଭୂତି ଭୂଷଣ ଦାସଙ୍କ ପୁଅ ରାକେଶ ଦାସ । ଦିବ୍ୟାଙ୍ଗ ରାକେଶ ଚାକିରୀ ପଛରେ ଗୋଡାଇ ହତାଶ ହେବା ପରେ କୁକୁଡା ଫାର୍ମ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ୨୦୧୬ରେ ବିଭିନ୍ନ ସଂସ୍ଥାରୁ ପ୍ରାୟ ୩ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସାହି ପଡିଶା ଲୋକେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ରାକେଶଙ୍କ କ୍ଷୁଦ୍ର ପ୍ରକଳ୍ପକୁ ବନ୍ଦ କରିଦେଇଥିଲେ ।

କୁକୁଡା ଫାର୍ମ ବନ୍ଦ ହେବା ସହ ରାକେଶଙ୍କ ମୁଣ୍ଡରେ ରହିଛି ପାଖାପାଖି ୮ ଲକ୍ଷ ଟଙ୍କାର ଋଣଭାର । ଧାର କରଜ କରି ଆଣିଥିବା ଟଙ୍କା ଫେରାଇବା ନେଇ ରାକେଶଙ୍କ ପାଖରେ କୌଣସି ମାଧ୍ୟମ ନାହିଁ । ଏହି କାରଣରୁ ସେ ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥିଲେ । ହେଲେ ଏ ନେଇ ରାଷ୍ଟ୍ରପତି ଭବନରୁ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନି ।

Leave A Reply

Your email address will not be published.