Latest Odisha News

BREAKING NEWS

[ଭିଡ଼ିଓ] ଗାଁରେ ଆତଙ୍କ ଖେଳାଉଛି ୨୬ ଟିକିଆ ହାତୀ ପଲ

କରଞ୍ଜିଆ : ଗାଁ ଭିତରେ ଦନ୍ତା ଦୌରାତ୍ମ୍ୟ। ଦିନ ଦିପହରରେ ଗାଁରେ ପଶି ଆତଙ୍କ ଖେଳାଉଛି ୨୬ ଟିିକିଆ ହାତୀ ପଲ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜରେ । ଧାନ ଅମଳ ସମୟ ହୋଇଥିବା ବେଳେ ପାଚିଲା ଧାନ ସବୁ ନଷ୍ଟ କରିଚାଲିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଲାଣି ଚାଷୀ …

ନିଦ ହଜାଇ ଦେଇଛି ହାତୀ ଆତଙ୍କ । ଦିନକୁ ଦିନ ହାତୀଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ଲାଗୁନି ରୋକ୍ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜରେ। ଏହି ଅଞ୍ଚଳକୁ ପଶି ଆସିଛନ୍ତି ୨୬ଟିକିଆ ହାତୀ ପଲ। ଏବେ ଧାନ ଫସଲ ଅମଳ ସମୟ ଥିବା ବେଳେ ହାତୀଙ୍କ ଦୌରାତ୍ୱ୍ୟରେ ଥରହର ହୋଇପଡ଼ିଛନ୍ତି ଲୋକେ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି ।

ଦିନ ଦିପହରରେ ହାତୀପଲ ପଶି ଆତଙ୍କ ଖେଳାଉଛନ୍ତି । ଏକର ଏକର ଚାଷ ଜମିରେ ଫସି ନଷ୍ଟ କରିଚାଲେିଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି । ଗାଁଲୋକଙ୍କର ବହୁ ଉଦ୍ୟମ ପରେ ବି ହାତୀ ପଲ ଯିବାର ନା ନେଉନାହାନ୍ତି ।

ସେପଟେ ହାତୀ ପଲଙ୍କ ଆତଙ୍କରେ ଥରହର ହୋଇପଡିଥିବା ଲୋକେ ବନବିଭାଗ ନିକଟରେ ଫେରାଦ ହୋଇଛନ୍ତି । ଖୁବଶିଘ୍ର ହାତୀ ଘଉଡାଯିବା ସହିତ ଏବେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି ବନ ଅଧିକାରୀ . . .

Leave A Reply

Your email address will not be published.