Latest Odisha News

BREAKING NEWS

ଜଲେଶପଟା ଆଶ୍ରମ ସ୍ୱାମିଜୀଙ୍କୁ ୨୪ ଘଣ୍ଟାରେ ଦୁଇ ଦୁଇ ଥର ହତ୍ୟା ଧମକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣି ହତ୍ୟା ଧମକ । ଆଜି ବି ଅଜଣା ଦୁର୍ବୃତ୍ତ ଟେଲିଫୋନ୍‌ରେ ହତ୍ୟା ଧମକ ଦେଇଛି । ଗତ ୨୪ ଘଣ୍ଟା ଭିତରେ ଦୁଇ ଦୁଇ ଥର ତାଙ୍କୁ ମିଳିଲାଣି ଧମକପୂର୍ଣ୍ଣ ଫୋନ୍ କଲ୍ । ତାଙ୍କୁ ହତ୍ୟା କରିବା ସହ ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି ଅଜଣା ଦୁର୍ବୃତ୍ତ ।

ଗତକାଲି ଧମକପୂର୍ଣ୍ଣ ଟେଲିଫୋନ୍ କଲ ପରେ ତୁମୁଡିବନ୍ଧ ଥାନାରେ ଏତଲା ଦେଇଥିଲେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ । ଏହାପରେ ଆଶ୍ରମରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ । ଆଶ୍ରମରେ ବମ୍ ସ୍କ୍ୱାଡ୍ ପହଞ୍ଚି ତନାଘନା କରିଛି ।

କିଏ ସେ ଦୁର୍ବୃତ୍ତ ? ଯିଏ ସ୍ୱାମିଜୀଙ୍କୁ ମାରି ଦେବା ସହ ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ ଦେଉଛନ୍ତି । ଏତଲାରେ ଫୋନ୍ କରିଥିବା ବ୍ୟକ୍ତି ହିନ୍ଦିରେ କଥା କହୁଥିବା ବେଳେ ନିଜକୁ ନକ୍ସଲ ପରିଚୟ ଦେଇଥିଲା । ଏତଲା ପରେ ତନାଘନା ତଦନ୍ତ ଚଳାଇଛି ପୋଲିସ । ପୂର୍ବରୁ ୨୦୦୮ ମସିହାରେ ତୁମୁଡ଼ିବନ୍ଧ ଜଲେଶପଟ୍ଟା କନ୍ୟାଶ୍ରମର ତତ୍‌କାଳୀନ ମୁଖ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ଅନ୍ୟ ଚାରି ଅନୁଗାମୀଙ୍କୁ ଆତତାୟୀ ଗୁଳି କରି ହତ୍ୟା କରିଥିଲେ।

Leave A Reply

Your email address will not be published.