ଜଳେଶ୍ବର: ପୁଣି ଖାକି ପୋଷାକରେ ଲାଗିଲା ଦାଗ । ପ୍ରେମ, ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଏସଆଇ ବାବୁ । ମାଲକାନଗିରି ଜିଲ୍ଲାରେ ଏସଓଜି ଟ୍ରେନିଂ ନେଉଥିବା ଏସଆଇ ବିଜୟ ସାହୁଙ୍କୁ ଗିରଫ କରିଛି ପୋଲିସ । ଏସଆଇ ବିଜୟ ସାହୁଙ୍କ ଘର ବାଲିଆପାଳ ବଡ଼ତାଳପଦା ହୋଇଥିବା ବେଳେ ସେ ମାଲକାନଗିରିରେ ଏସଓଜି ଟ୍ରେନିଂ ନେଉଥିଲେ । ତେବେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ଓ ପରେ ବିବାହ ନ କରିବା ଅଭିଯୋଗ ତାଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ଗତ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ । ଯୁବତୀ ଜଣକ ବିଜୟଙ୍କ ବିରୋଧରେ ଶୁକ୍ରବାର ବାଲେଶ୍ୱର spଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ବାଲିଆପାଳ ପୋଲିସ ଏକ ମାମଲା ରୁଜୁ କରି ବିଜୟଙ୍କୁ ଆଜି ଗିରଫ କରିଛି। ବିଜୟ ଏବେ ମାଲକାନଗିରି ଜିଲ୍ଲାରେ SOG ଟ୍ରେନିଂ ନେଉଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
Comments are closed.