Latest Odisha News

BREAKING NEWS

ଦେଶର ପ୍ରଥମ ରେଳଷ୍ଟେସନ୍ : ଯେଉଁଠି ନାହାଁନ୍ତି ଗୋଟିଏ ହେଲେ ରେଳ କର୍ମଚାରୀ, ଚଳାଉଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ : ଭାରତର ମେରୁଦଣ୍ଡ ହେଉଛି ରେଳବାଇ  ।  କମ୍ ଖର୍ଚ୍ଚରେ ଯାତାୟତ ପାଇଁ ଏହା ବେଶ୍ ସହଜ ହୋଇଥାଏ  । ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ୍ ରହିଛି  । ଯାହା ନିଜର ଖାସିୟତ୍ ପାଇଁ ଜଣାଶୁଣା  । ଏପରି ଏକ ରେଳଷ୍ଟେସନ ରହିଛି ରାଜସ୍ଥାନେ । ଏହା ହେଉଛି ଭାରତର ଏକମାତ୍ର ରେଳଷ୍ଟସନ ଯେଉଁଠାରେ କେହି ରେଳ କର୍ମଚାରୀ ନାହାନ୍ତି  । ଗାଁ ଲୋକଙ୍କ ଦ୍ବାରା ଏହା ପରିଚାଳିତ । ସେମାନେ ଏହାର ଯତ୍ନ ନିଅନ୍ତି  ।

ଏହାର ନାମ ହେଉଛି ଜାଲସୁ ନାନକ । ଏଠାରେ କେହି ରେଳ କର୍ମଚାରୀ ନଥିଲେ ବି ଏଠାରେ  ରହିଥାଏ ୧୦ରୁ ଉର୍ଦ୍ଧ୍ବ ଟ୍ରେନ୍ । ଏଠାରେ ଟିକେଟ୍ କାଟନ୍ତି ଗାଁ ଲୋକ  । ଷ୍ଟସନର ସମସ୍ତ ଦେଖାଶୁଣା ବି କରନ୍ତି ।  କୁହାଯାଏ ଜାଲସୁ ନାନକ ଗାଁର ପ୍ରତି ଘରୁ ଜଣେ ଜଣେ ସେନାରେ ଅଛନ୍ତି  ।  ଏମାନଙ୍କ ସୁବିଧା ପାଇଁ ୪୩ ବର୍ଷ ପୂର୍ବରୁ ସରକାର ଏକ ଷ୍ଟସନ ଉପହାର ସ୍ବରୂପ ଦେଇଥିଲେ ।

Leave A Reply

Your email address will not be published.