Latest Odisha News

BREAKING NEWS

ଗୁଗୁଲରେ ବଦଳିଲା ଦେଶର ନାଁ: ‘ଭାରତ’ ସର୍ଚ୍ଚ କଲେ ଆସୁଛି ତ୍ରିରଙ୍ଗା ସହ ଅଫିସିଆଲ ମ୍ୟାପ

ନୂଆଦିଲ୍ଲୀ:ଗୁଗୁଲରେ ବଦଳିଲା ଦେଶର ନାଁ । ଏଣିକି ଗୁଗୁଲରେ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ସର୍ଚ୍ଚ କଲେ ମିଳିଯିବ ଦେଶର ଠିକଣା । ଖାଲି ଦେଶର ଠିକଣା ନୁହେଁ, ସେଥିରେ ତ୍ରିରଙ୍ଗା ଚିହ୍ନ ବି ଥିବ । ଇଂରାଜୀରେ ହେଉ ବା ହିନ୍ଦୀରେ ଭାରତ ସର୍ଚ୍ଚ କଲେ ଗୁଗୁଲ ଖୋଜି ଦେଖାଇଦେବ ଆମ ଦେଶର ମ୍ୟାପ ।
ଇଣ୍ଡିଆର ଅଫିସିଆଲ ମ୍ୟାପ ଦେଖିବାକୁ ଚାହୁଁଥିଲେ ଆପଣ ଏଣିକି ଭାରତ ଟାଇପ କରି ସର୍ଚ୍ଚ ମାରିଲେ ଦକ୍ଷିଣ ଏସିଆର ଏହି ଦେଶ ଆସିଯିବ । ଏହାର ଇମେଜରେ ତ୍ରିରଙ୍ଗା ପତାକା ଥିବା ମଧ୍ୟ ଦେଖିବାକୁ ମିଳିବ । ଇଂରାଜୀରେ ଇଣ୍ଡିଆ ଲେଖି ମାରିଲେ ବି ଆସିବ ।

ଗୁଗୁଲରେ ଭାରତ ଏବଂ ଇଣ୍ଡିଆ ଉଭୟ ନାମରେ ସର୍ଚ୍ଚ କରି ଦେଶର ଅଫିସିଆଲ ମ୍ୟାପ ଦେଖିପାରିବ । ଆଗକୁ ଦେଶର ନାମ ପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ ଗୁଗୁଲ ମଧ୍ୟ ତାହାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କୁହାଯାଉଛି ।

କିଛି ଦିନ ତଳେ ଜି ୨୦ ସମ୍ମିଳନୀବେଳେ ରାଜଭବନରେ ଡିନର ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖା ଯାଇଥିଲା । ଯାହାକୁ ନେଇ ଦେଶର ନାମ ପରବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା । ବିରୋଧୀ ଏହାକୁ ନେଇ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ବିଶେଷକରି କଂଗ୍ରେସ ଏହାକୁ ବିରୋଧ କରିଥିଲା । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସରକାରଙ୍କୁ ସମ୍ବିଧାନର ଆର୍ଟିକିଲ ୧ ପଢିବାକୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ରାଜିଭ ଚନ୍ଦ୍ରଶେଖର କହିଥିଲେ, ‘ ତାଙ୍କର ସବୁଥିରେ ସମସ୍ୟା । ମୁଁ ଜଣେ ଭାରତୀୟ । ମୋ ଦେଶର ନାଁ ଭାରତ ଏବଂ ଭାରତ ସବୁବେଳେ ଭାରତ ହୋଇ ହିଁ ରହବ । ଯଦି କଂଗ୍ରେସର କିଛି ସମସ୍ୟା ରହିଛି ତେବେ ସେ ନିଜେ ତାହାର ପ୍ରତିକାର କରୁ ।’

Leave A Reply

Your email address will not be published.