Latest Odisha News

BREAKING NEWS

ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଜାମା ମସଜିଦ ପ୍ରଶାସନ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ ଝିଅ/ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ପରିବାରବର୍ଗ କିମ୍ବା ପତି ସହିତ ଆସିବାକୁ ପଡିବ । ସେହିପରି ମସଜିଦ ପରିସରରେ କୌଣସି ଭିଡିଓ କିମ୍ବା ମ୍ୟୁଜିକ କେହି ଶୁଟିଂ କରିପାରିବେ ନାହିଁ । ମସଜିଦ ପ୍ରଶାସନର ଏହି ପଦକ୍ଷେପ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କେତେକ ଏହାକୁ ସମର୍ଥନ କରୁଥିବା ବେଳେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ସମେତ ଅନ୍ୟମାନେ ଏହାକୁ ବିରୋଧ କରିଛନ୍ତି ।

ପ୍ରାର୍ଥନା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ଅଧିକାର ମିଳିବା ଉଚିତ ବୋଲି ସେମାନେ କହିଛନ୍ତି । ମସଜିଦ ପିଆରଓ ସବିଉଲ୍ଲା ଖାଁଙ୍କ ମତରେ ମହିଳାଙ୍କୁ ରୋକାଯାଇ ନାହିଁ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ସେମାନଙ୍କୁ ଏକାକୀ ଆସିବାକୁ ମନା କରାଯାଇଛି ।

Leave A Reply

Your email address will not be published.