Latest Odisha News

BREAKING NEWS

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି ।

ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ ଭଟ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯେଉଁମାନେ ପରସ୍ପରକୁ ଟକ୍କର ଦେଉଛନ୍ତି । ଏହି ତାଲିକାରେ ଦୀପିକା ପାଦୁକୋନଙ୍କୁ ୫ମ ସ୍ଥାନ ଦିଆଯାଇଛି । ଏହି ତାଲିକାରେ ତାଙ୍କ ଆଗରେ ନୟନ୍ତରା ଏବଂ କାଜଲ ଅଗ୍ରୱାଲ ଅଛନ୍ତି।

ଦୀପିକା ପାଦୁକୋନଙ୍କ ପରେ ରଶ୍ମିକା ମନ୍ଦନା ଏହି ତାଲିକାରେ ଷଷ୍ଠ ସ୍ଥାନରେ ଏବଂ କ୍ୟାଟ୍ରିନା କୈଫ ସପ୍ତମ ସ୍ଥାନରେ ଅଛନ୍ତି। ଅନୁଷ୍କା ଶେଟ୍ଟୀ ୮ମ ସ୍ଥାନ ପାଇଥିବାବେଳେ କିର୍ତ୍ତୀ ସୁରେଶ ୯ମ ସ୍ଥାନ,ତ୍ରିଶା ଦଶମ ସ୍ଥାନରେ ରହିଛନ୍ତି।

 

Leave A Reply

Your email address will not be published.