Latest Odisha News

BREAKING NEWS

ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ଉଠାଇଲେ ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦ ମଧ୍ୟକୁ ଏକୁଟିଆ ମହିଳାଙ୍କ ପ୍ରବେଶ ଉପରେ ଗୁରୁବାର ଏହାର ମ୍ୟାନେଜମେଂଟ କମିଟି କଟକଣା ଲଗାଇଥିଲେ । ତେବେ ଏହି ନିଷ୍ପତିକୁ ତୀବ୍ର ବିରୋଧ ହୋଇଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏ ନେଇ ଜାମା ମସଜିଦ କମିଟି ସହ ଆଲୋଚନା କରିଥିଲେ । ଏହା ପରେ ଶାହି ଇମାମ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରି ନେଇଥିଲେ । ମସଜିଦ ଏକ ପବିତ୍ର ସ୍ଥାନ । ଏହାର ପବିତ୍ରତାକୁ ସମ୍ମାନ ଦେଇ କାର୍ଯ୍ୟ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ପୂର୍ବ ନିଷ୍ପତିରେ ଜଣେ ମହିଳା ତାଙ୍କ ସାଙ୍ଗରେ ପତି କିମ୍ବା ପରିବାର ସଦସ୍ୟଙ୍କ ସହ ନ ଆସିଲେ ଜାମା ମସଜିଦ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରୀ କରିଥିଲେ । ଏଠାରେ ମନଇଚ୍ଛା ଭିଡିଓ ଏବଂ ସେଲଫି ଉଠାଇବା ନେଇ ମଧ୍ୟ କଟକଣା ଜାରୀ କରାଯାଇଥିଲା ।

Leave A Reply

Your email address will not be published.