Latest Odisha News

BREAKING NEWS

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସିରିଜ ପରାଜୟଣବରଣ କରିନି । ଓଭରାଲ ସେ ୯ ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ଭାରତ ୭ରେ ବିଜୟୀ ହୋଇଛି । ୨୦୨୧ ଶ୍ରୀଲଙ୍କା ଗସ୍ତରେ ସେ ଭାରତର ନେତୃତ୍ୱ ଦାୟିତ୍ୱ ନେଇଥିଲେ । ଏହା ପରଠାରୁ ଜିମ୍ବାୱେ ବିପକ୍ଷ ସିରିଜ ବ୍ୟତୀତ ସେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇ ଆସିଛନ୍ତି । ଧାୱନ ତାଙ୍କ ଯୁବ ବ୍ରିଗେଡଙ୍କ ସହ ସିରିଜ ବିଜୟ ଧାରା ବଜାୟ ରଖିବାକୁ ଚାହିଁବେ । ଧାୱନଙ୍କ ସହ ଶୁଭମନ ଗିଲ ଓପିନଂ କରିବା ସମ୍ଭାବନା ଅଧିକ । ସେହିପରି ମଧ୍ୟକ୍ରମରେ ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର ଓ ରିଷଭ ପନ୍ତ ଦଳର ଦାୟିତ୍ୱ ନେଇପାରନ୍ତି ।

ଓଭରାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୧୦ ମ୍ୟାଚ ଖେଳାଯାଇଛି । ଭାରତ ୫୫ ଏବଂ କେନ ୱିଲିୟମସନ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ୪୯ ମ୍ୟାଚରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ୫ଟି ଫଳାଫଳ ବିହୀନ ରହିଛି । ନ୍ୟୁଜିଲାଣ୍ଡ ମାଟିରେ ଭାରତ ୪୨ରୁ ମାତ୍ର ୧୪ରେ ବିଜୟୀ ହୋଇଛି । ଘରୋଇ ପରିବେଶରେ କିୱି ପଲା ଭାରୀ ଥିବାରୁ ଧାୱନଙ୍କ ଦାୟିତ୍ୱ ବଢ଼ିଯାଇଛି । ସିରିଜ ବିଜୟ ହିସାବକୁ ନେଲେ ନ୍ୟୁଜିଲାଣ୍ଡରେ ଭାରତ ୯ଟି ଦ୍ୱିପାକ୍ଷିକ ସିରିଜ ଖେଳିଛି । ଭାରତ ୨ଟି ଏବଂ ନ୍ୟୁଜିଲାଣ୍ଡ ୫ଟିରେ ଜିତିଥିବା ବେଳେ ୨ଟି ଡ୍ର ରହିଛି । ଭାରତ ୨୫ ନଭେମ୍ବରରେ ଅକଲାଣ୍ଡରେ ପ୍ରଥମ ମ୍ୟାଚ ଖେଳିବ । ଏହା ପରେ ୨୭ ଓ ୩୦ରେ ହାମିଲଟନ ଏବଂ କ୍ରାଇଷ୍ଟଚର୍ଚ୍ଚରେ ବାକି ୨ଟି ମ୍ୟାଚ ଖେଳିବ ।

Leave A Reply

Your email address will not be published.