Latest Odisha News

BREAKING NEWS

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ୍ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଗିରଫ ହୋଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିର୍ପାଟମେଣ୍ଟ୍ ଓ ପାକିସ୍ତାନର ପଞ୍ଜାବ ପୋଲିସ ମିଳିତ ଉଦ୍ୟମରେ ହାଫିଜକୁ ଗିରଫ କରିଛନ୍ତି । ସେ ଲାହୋରରୁ ଗୁଜରନୱାଲା ଯାଉଥିବା ନେଇ ଜଣାପଡିଛି ।

ତେବେ ଗିରଫ ପରେ ହାଫିଜକୁ ବିଚାର ରିମାଣ୍ଡରେ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨୦୦୯ ମସିହାରେ ଏକ ମାମଲାରେ ହାଫିଜକୁ ଗିରଫ କରାଯାଇଥିଲା । ପୂର୍ବରୁ ଆତଙ୍କବାଦୀ ସଙ୍ଗଠନକୁ ପାଣ୍ଠି ଯୋଗାଇବା ଅଭିଯୋଗରେ ଜମାତ-ଉଦ-ଦାବା ସଙ୍ଗଠନର ମୁଖ୍ୟ ହାଫିଜ୍ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ପାଖାପାଖି ୨୩ଟି ମାମଲା ରୁଜୁ କରାଯାଇଥିବା ନେଇ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିର୍ପାଟମେଣ୍ଟ୍ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.