Latest Odisha News

BREAKING NEWS

ଧଳା ବାଳ?  ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲିର ଯୁବପିଢି ଖାଉଥିବା ଓ ପିଉଥିବା ସମସ୍ତ ପଦାର୍ଥରେ ଭରି ରହିଛି ବିଷାକ୍ତ କେମିକାଲ୍ । ଏହାର ପ୍ରଭାବରେ ଅତି କମ ବୟସରେ ଯୁବପିଢିଙ୍କର କେଶ ପାଚିଯାଉଛି । ଏହି ପାଚୁଥିବା କେଶକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଏ ହେୟାର କଲର କରୁଛି ତ  ଆଉ କିଏ ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ଖାଇବା ଆରମ୍ଭ କରିଦେଲାଣି ।
ମାତ୍ର ଏହା ସମସ୍ୟା ଦୂର କରିବା ବଦଳରେ କେଶ ଉପରେ ଅଧିକ କୁପ୍ରଭାବ ପକାଉଛି ।

ଯଦି ଆପଣ ବି ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ବ୍ୟସ୍ତ ନହୋଇ ଘରୋଇ ଉପାୟ ଅବଲମ୍ବନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ କେଶ ଧଳାରୁ ସମ୍ପୂର୍ଣ୍ଣ କଳା ହୋଇଯିବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଘରୋଇ ଉପାୟଗୁଡିକ…

– ଅଁଳା କେଶକୁ କଳା କରିବାରେ ସହାୟତା କରିଥାଏ । ଅଁଳା ରସରେ ବାଦାମ ତେଲ ମିଶାଇ ଲଗାଇଲେ ଧଳା କେଶ କଳା ହୋଇଥାଏ ।

– ଅଦା ରସରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ସପ୍ତାହରେ ଦୁଇ ଥର ଲଗାଇଲେ ଧଳା କେଶ କଳା ହୋଇଥାଏ ।

– ନଡ଼ିଆ ତେଲରେ ଭୃସଙ୍ଗ ପତ୍ର ଓ ଅଁଳାକୁ ଗରମ କରନ୍ତୁ । ଏହି ତେଲକୁ ଥଣ୍ଡା କରି ମୁଣ୍ଡରେ ଲଗାଇବା ଦ୍ୱାରା ଏହା ଧଳା କେଶରୁ ମୁକ୍ତି ଦେଇଥାଏ।

– ମେହେନ୍ଦି ଓ ମେଥିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ କିଛି ମାତ୍ରାରେ ଲହୁଣୀ ଏବଂ ନଡିଆ ତେଲ ମିଶାନ୍ତୁ । ଏହି ମିଶ୍ରଣ କେଶରେ ଲଗାଇଲେ ଖୁବ ଫଳପ୍ରଦ ହୋଇଥାଏ ।

– ପିଆଜ ରସ କେଶ ମୂଳରେ ଲଗାଇଲେ କେଶ କଳା, ମଜଭୁତ ଓ ଚମକଦାର ହୋଇଥାଏ ।

Leave A Reply

Your email address will not be published.