Latest Odisha News

BREAKING NEWS

ଛାତ୍ରଙ୍କ ଉପରେ ପୋଲିସର ବର୍ବରତା; ଜାମିଆ ହିଂସା ବେଳର ଭିଡିଓ ହେଲା ରିଲିଜ୍

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆରେ ୧୫ ଡିସେମ୍ବରରେ ହୋଇଥିବା ହିଂସା ସମ୍ବନ୍ଧିତ ଏକ ଭିଡିଓ ସାମନାକୁ ଆସିଛି । ଜାମିଆ ସମନ୍ୱୟ କମିଟି ଏହି ଭିଡିଓ ଜାରି କରିଛି । ଯେଉଁଥିରେ ସୁରକ୍ଷାବଳ ଲାଇବ୍ରେରୀରେ ଉପସ୍ଥିତ ଛାତ୍ରଙ୍କ ଉପରେ ଲାଠିଚାର୍ଜ କରୁଥିବା ନଜର ଆସିଛି ।

ଏହି କମିଟି ଦାବି କରିଛି ଯେ, ୧୫ ଡିସେମ୍ବରରେ ଯେତେବେଳେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା, ପୋଲିସ ଜାମିଆ ଲାଇବ୍ରେରୀରେ ପଢ଼ୁଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲା । ଯେଉଁ ଭିଡିଓ ଜାରି କରାଯାଇଛି ସେଥିରେ ଛାତ୍ରମାନେ ଲାଇବ୍ରେରୀରେ ପଢ଼ୁଥିବା ନଜର ଆସୁଛନ୍ତି । ଛାତ୍ରଙ୍କ ପାଖରେ ବହି ଖାତା ଥିବା ମଧ୍ୟ ନଜର ଆସୁଛି ।

ଏହି ଭିଡିଓ ଉପରେ ଦିଲ୍ଲୀ ପୋଲିସ କହିଛି କି, ଏହି ଭିଡିଓରେ କିଛି ମୁଖାପିନ୍ଧା ବ୍ୟକ୍ତି ଦେଖାଯାଉଛନ୍ତି । ଜାମିୟା ସମନ୍ୱୟ କମିଟି ଏହି ଭିଡିଓକୁ ଶନିବାର ଦିନଠୁ ଭାଇରାଲ କରୁଛି । କ୍ରାଇମ୍ ବ୍ରାଂଚକୁ ଯାଂଚ ପାଇଁ ପୂର୍ବରୁ ହିଁ ଭିଡିଓ ପଠାଇଦିଆଯାଇଛି । ଏହି ସମସ୍ତ ଭିଡିଓର ଯାଂଚ କରାଯିବ ।

Leave A Reply

Your email address will not be published.