Latest Odisha News

ଜମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୨୪ଟି ଆସନରେ ମତଦାନ ଜାରି

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଅଧୀନରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ପ୍ରଥମ ପର୍ଯ୍ୟାୟରେ ମୋଟ ୯୦ଟି ଆସନ ମଧ୍ୟରୁ ୭ ଜିଲ୍ଲାର ୨୪ଟି ଆସନରେ ହେବ ଭୋଟ ଗ୍ରହଣ। କାଶ୍ମୀର ଅଞ୍ଚଳର ୧୬ ଆସନ ଓ ଜାମ୍ମୁ ଅଞ୍ଚଳର ୮ ଆସନରେ ଭୋଟ। ସକାଳ ୭ ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଜାମ୍ମୁ କାଶ୍ମୀରରେ ମୋଟ ୯୦ଟି ଆସନ ଅଛି। ସେଥିମଧ୍ୟରୁ ୪୭ଟି ଉପତ୍ୟକାରେ ଏବଂ ୪୩ଟି ଜମ୍ମୁ ବିଭାଗରେ ଅଛି। ସେଥିମଧ୍ୟରୁ ୯ଟି ଆସନ ଏସଟି ଏବଂ ୭ଟି ଏସସି ପାଇଁ ସଂରକ୍ଷିତ ରହିଛି।

୨୪ ଆସନରେ ବିଭିନ୍ନ ଦଳରୁ ପ୍ରତିନ୍ଦ୍ଵନ୍ଦ୍ବିତା କରୁଛନ୍ତି ୨୧୯ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ୨୩ ଲକ୍ଷରୁ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଭୋଟରଙ୍କ ମଧ୍ୟରେ ୫ ଲକ୍ଷରୁ ଅଧିକ ଯୁବ ଭୋଟର ରହିଛନ୍ତି। ତିନୋଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବଂ ଅକ୍ଟୋବର ପହିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

୧୦ ବର୍ଷ ପରେ ଭୋଟ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ଜମୁ-କାଶ୍ମୀର ନିର୍ବାଚନ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ନିର୍ବାଚନ ହୋଇଛି ମୁଖ୍ଯ ପ୍ରସଙ୍ଗ। ଚଳିତ ନିର୍ବାଚନରେ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆୱାମି ଇତେହାଦ ପାର୍ଟିର ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଅନନ୍ତନାଗର ୭ଟି ଆସନ, ପୁଲୱାମାର ୪ଟି, କୁଲଗାମର ୩ଟି ଆସନ, କିସ୍ତୱାଡା ଏବଂ ଡୋଡା, ଶୋପିଆନ୍ ଏବଂ ରାମ୍ବାନର ୨ଟି ଲେଖାଏଁ ଆସନରେ ଭୋଟ୍ ଅନୁଷ୍ଠିତ ହେବ। ଦୋଡା, ରାମବାନ୍ ଏବଂ କିସ୍ତୱାଡାର ଜିଲ୍ଲା ଜମ୍ମୁ ଡିଭିଜନରେ ଥିବାବେଳେ ଅନନ୍ତନାଗ, ପୁଲୱାମା, କୁଲଗାମ ଏବଂ ଶୋପିଆନ୍ କାଶ୍ମୀର ବିଭାଗରେ ପଡୁଛି। ପୁଲୱାମାର ପାମ୍ପୋର ଆସନରେ ସର୍ବାଧିକ ୧୪ ଜଣ ପ୍ରାର୍ଥୀ ଅଛନ୍ତି। ଏଥିସହିତ ଅନନ୍ତନାଗର ବିଜବେହାର ଆସନରେ ମାତ୍ର ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ଲଢେଇ ଚାଲିଛି।

Leave A Reply

Your email address will not be published.