Latest Odisha News

BREAKING NEWS

ଜମ୍ମୁ-କଶ୍ମୀର ବିପକ୍ଷ ରୋମାଂଚକ ମ୍ୟାଚରେ ଓଡିଶା ହାତେଇଲା ୩ ପଂଏଟ

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଓଡିଶା-ଜମ୍ମୁ ଏବଂ କଶ୍ମୀର ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିବାରେ ସଫଳ ହୋଇଛି । ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ କରି ୨୭୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଓଡିଶା ୨୭୨ ରନ କରି ୨ ରନରେ ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଥିଲା । ଦ୍ୱିତୀୟ ଇନିଂସରେ ୭ ୱିକେଟ ବିନିମୟରେ ୨୭୦ ରନ କରି ଜମ୍ମୁ ଏବଂ କଶ୍ମୀର ଇନିଂସ ଘୋଷଣା କରିଥିଲା ।

୨୬୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓଡିଶା ଅନ୍ତିମ ଦିବସ ଖେଳ ଷ୍ଟମ୍ପ ଅପସାରଣ ବେଳକୁ ୮ ୱିକେଟ ହରାଇ ୧୧୨ ରନ କରି ବିପଦରେ ପଡିଥିଲା । ସୁମିତ ଶର୍ମା ଓ ଆଶୀର୍ବାଦ ସ୍ୱାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଖେଳିବାରୁ ଓଡିଶା ମ୍ୟାଚ ବଂଚାଇବାରେ ସଫଳ ହୋଇଥିଲା । ସନ୍ଦୀପ ପଟ୍ଟନାୟକଙ୍କ ୫୫ ରନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ।

ଭ୍ରମଣକାରୀ ଦଳର ପ୍ରାୟ ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ । ପ୍ଲେୟାର ଅଫ ଦି ମ୍ୟାଚ ଅବଦୁଲ ସମଦ ୨ଟି ଯାକ ଇନିଂସରେ ଶତକ ହାସଲ କରି ପ୍ରଥମ ଜମ୍ମୁ ଏବଂ କଶ୍ମୀରର ଖେଳାଳିଭାବେ ଇତିହାସ ରଚିଛନ୍ତି । ଏହି ମ୍ୟାଚରେ ଓଡିଶାର ଅଧିନାୟକ ଗୋବିନ୍ଦ ପୋଦ୍ଦାର ପ୍ରଥମ ଇନିଂସରେ ଆକର୍ଷଣୀୟ ଶତକ ହାସଲ କରିଥିବା ବେଳେ ପଦାର୍ପଣ ମ୍ୟାଚରେ ସୁମିତ ଶର୍ମା ୫ ୱିକେଟ ସଫଳତା ହାସଲ କରିଥିଲେ । ଓଡିଶା ୨ଟି ମ୍ୟାଚରୁ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.