Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ:ଆର୍ଟିକିଲ ୩୭୦କୁ ନେଇ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି । ସପ୍ରିମକୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟରେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟାଇବା ମାମଲାକୁ ନେଇ ଶୁଣାଣି ୧୬ ଦିନ ହେଲା ଚାଲିଥିଲା । ଆବେଦନକାରୀ ଦାବି କରିଥିଲେ ଜମ୍ମୁକାଶ୍ମୀରରେ ଧାରା ୩୭୦ ପୁଣି ଥରେ ଲାଗୁ କରାଯାଉ ଏବଂ ଏହାକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇ ଦିଆଯାଉ ।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ନେତ୍ୱତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଅନ୍ୟ ୪ ଜଣ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ଏସକେ କୌଲ, ସଞ୍ଜୀବ ଖାନ୍ନା, ବିଆର ଗଭାଇ ଏବଂ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଏହି ମାମଲାର ଶୁଣାଣି କରୁଥିଲେ ।

ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବ୍ବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧବନ, ଜଫର ଶାହ, ଦୁଷ୍ମନ୍ତ ଦୁବେ ପ୍ରମୁଖ ନିଜ ରାୟ ଧାରା ୩୭୦ ପୁନଃଲାଗୁ କରିବା ସପକ୍ଷରେ ଦେଇଥିଲେ । ଅନ୍ୟପକ୍ଷେ ଆଟର୍ଣ୍ଣି ଜେନରାଲ ଆର ଭେଙ୍କଟରମଣି, ସଲିସିଟର ଜେନରାଲ ତୁଷାର ମେହେତା, ବରିଷ୍ଠ ଓକିଲ ହରୀଶ ସାଲ୍ବେ, ରାକେଶ ଦ୍ୱିବେଦୀ, ବି.ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ଏବଂ ଧାରା ୩୭୦ ହଟାଇବା ନିଷ୍ପତ୍ତି ଠିକ ବୋଲି ଯୁକ୍ତି ରଖିଥିଲେ ।

ସୂଚନାଥାଉ କି, ଜମ୍ମୁକଶ୍ମୀରରେ ଧାରା ୩୭୦ ଲାଗୁ କରାଯାଇ ଏହାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆ ଯାଇଥିଲା । ହେଲେ  ହେଲେ ୨୦୧୯  ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଏହାକୁ ଉଚ୍ଛେଦ କରି ଏହାକୁ ଜାମ୍ମୁକାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରି ଦେଇଥିଲେ ।

Leave A Reply

Your email address will not be published.