Latest Odisha News

BREAKING NEWS

ବିଶ୍ୱକପ ପାଇଁ ଚୟନ ହେଲା ଟିମ ଇଣ୍ଡିଆ: କଣ ରହିଛି ପଜିଟିଭ ଓ ନେଗେଟିଭ

ମୁମ୍ବାଇ: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି । ଟିମର ପଜିଟିଭ ଓ ନେଗେଟିଭ ଦିଗପ୍ରତି ଆସନ୍ତୁ ନଜର ପକାଇବା ।
ପଜିଟିଭ
ଶ୍ରେଷ୍ଠ ଟପ ଅର୍ଡର: ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କୁ ନେଇ ଟପ ଅର୍ଡର ବେଶ ମଜଭୁତ ରହିଛି । ଓଭରାଲ ବିରାଟ ୪୬, ରୋହିତ ୩୦ ଓ ଗିଲ ୪ ଶତକ ମାରିବା ସହ ୨୪୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଟିମ ମଧ୍ୟରେ ଏହା ଶ୍ରେଷ୍ଠ ଟପ ଅର୍ଡର ।

ବୋଲିଂ ଲାଇନଅପ: ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୧୦ଜଣ ବୋଲରଙ୍କ ମଧ୍ୟରେ ଭାରତର ୨ଜଣ ରହିଛନ୍ତି । ମହମ୍ମଦ ସିରାଜ, କୂଲଦୀପ ଯାଦବଙ୍କ ବ୍ୟତୀତ ମହମ୍ମଦ ସାମି ଓ ଯଶପ୍ରୀତ ବୁମରାହଙ୍କ ପରି ବୋଲର ଅଛନ୍ତି ।
ବାମହାତୀ ବ୍ୟାଟ୍ସମ୍ୟାନ: ଭାରତୀୟ ଟିମରେ ଈଶାନ କିଶାନ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ପରି ବାମହାତୀ ବ୍ୟାଟ୍ସମ୍ୟାନ ଅଛନ୍ତି । ଯାହାକି ଟିମରେ ବିବିଧତା ଆଣୁଛି ।
ନେଗେଟିଭ
ମିଡିଲ ଅର୍ଡରରେ ଲୟର ଅଭାବ: ଶ୍ରେୟାଶ ଆୟାର, କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ମିଡିଲ ଅର୍ଡର ମଜଭୁତ ରହିଛି । ତେବେ ଏମାନଙ୍କ ପାଖରେ କ୍ରମାଗତ ସ୍ଥିର ପ୍ରଦର୍ଶନର ଅଭାବ ପରିଲକ୍ଷିତ ହେଉଛି । ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଲୟରେ ନ ରହିବା ଟିମକୁ ବିପଦରେ ପକାଉଛି ।

ବାମହାତୀ ପେସ ବୋଲରର ଅଭାବ: ଚୟନ ଦଳରେ ବାମହାତୀ ପେସରଙ୍କ ନାହାନ୍ତି । ପାୱାର ପ୍ଲେରେ ଏହା ବିପକ୍ଷ ଦଳକୁ ଫାଇଦାରେ ରଖିବ । ୨୦୦୭ ଓ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳରେ ଇରଫାନ ପଠାନ ଓ ଜାହୀର ଖାଁ ମୂଖ୍ୟ ଅସ୍ତ୍ର ସାଜିଥିଲେ ।
ନିୟମିତ ସ୍ପିନର ନାହାନ୍ତି: ଘୋଷିତ ଦଳରେ ସ୍ପିନରଙ୍କୁ ସୁଯୋଗ ଦିଆଯାଇଛି । ତେବେ ଏମାନଙ୍କ ମଧ୍ୟରେ ନିୟମିତ ଲେଗ କିମ୍ବା ଅଫ ସ୍ପିନର ନାହାନ୍ତି । ରିଷ୍ଟ ସ୍ପିନରଙ୍କ ଉପରେ ମ୍ୟାନେଜମେଂଟ ସମ୍ପୂର୍ଣ୍ଣ ଭରୋଷା କରିଛି ।

ନିମ୍ନ ଭାଗରେ ବ୍ୟାଟିଂ ଦକ୍ଷତାର ଅଭାବ: ଭାରତୀୟ ଦଳରେ ଏଥର କୂଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରାହ ଓ ମହମ୍ମସ ସିରାଜ ନିମ୍ନ ଭାଗରେ ଖେଳିବେ । ଏମାନଙ୍କ ନିକଟରେ ବ୍ୟାଟିଂ ଦକ୍ଷତାର ଅଭାବ ରହିଛି । ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଓ ଦକ୍ଷିଣ ଆଫ୍ରିକା ଟିମରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି । ଟପ ଅର୍ଡର ବିଫଳ ହେଲେ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ତେବେ ଏ ସବୁ ସତ୍ୱେ ଭାରତ ଘରୋଇ ପରିବେଶରେ ବିଶ୍ୱକପ ଜିତିବାର ସମସ୍ତ ଦକ୍ଷତା ରଖିଛି । ଗୁଡ ଲକ ଇଣ୍ଡିଆ ।

 

Leave A Reply

Your email address will not be published.