Latest Odisha News

BREAKING NEWS

ଫେଲ୍ ମାରିବ କି ବିଜେପିର ରଣନୀତି!: ଜମ୍ମୁରେ ଆଗରେ ମେଣ୍ଟ, ପଛରେ ପଡିଲା ବିଜେପି

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଗୋଟେ ପଟେ ବିଜେପିର ପଲଡା ଭାରି ହୋଇଥିବା ବେଳେ ଆଉ ଗୋଟେ ପଟେ ଅପ୍ରତ୍ୟାଶିତ ଭାବେ ଆଗୁଆ ରହିଛି ଏନସି ମେଣ୍ଟ ।

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ୩୭୦ ଧାରା ଉଚ୍ଛେଦ, ମୋଦିଙ୍କ ହୁଙ୍କାର ସବୁ ଯେମିତି ଫେଲ୍ ମାରିବ ବୋଲି ଜଣାକଡୁଛି । ପ୍ରାରମ୍ଭିକ ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ମେଣ୍ଟ ଆଗୁଆ ରହିଛି। ଏନସି ମେଣ୍ଟ ୫୨ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୬ ସିଟରେ ଓ ପିଡିପି ୪ ଟି ସିଟରେ ଆଗୁଆ ରହିଛି। ତେବେ କିଏ ଏଠାରେ ସରକାର ଗଢିବ ତାହା ଉପରେ ନଜର ରହିଥିବା ବେଳେ ବାଜି କେତେବେଳେ ବି ପଲଟି ପାରେ ବୋଲି ଚର୍ଚ୍ଚା ।

ସେପଟେ କିନ୍ତୁ ହରିୟାଣାରେ କଂଗ୍ରେସକୁ ପଛରେ ପକାଇ ପୁଣି ତୃତୀୟ ଥର ପାଇଁ ବିଜୟର ବାନା ଉଡାଇବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଜେପି । ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପି ୪୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୫ ଆସନରେ ପଛରେ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.