Encounter breaks out: ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି; ଜଙ୍ଗଲରେ ଲୁଚିଛନ୍ତି ଆତଙ୍କବାଦୀ…
ଶ୍ରୀନଗର: ରବିବାର ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । କିସ୍ତୱାର ଗୁଳିକାଣ୍ଡରେ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ସେନା କହିଛି ଯେ ହ୍ୱାଇଟ୍ ନାଇଟ୍ କର୍ପସର ସତର୍କ ସୈନ୍ୟମାନେ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରି ସର୍ଚ୍ଚ ଅପରେସନ୍ କରିଥିଲେ। ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଏବଂ ଅପରେସନ୍ ଜାରି ରହିଛି।
ସୂଚନାଥାଉକି, ଶୁକ୍ରବାର ସନ୍ଧ୍ୟାରେ ଡୋଡା-ଉଧମପୁର ସୀମାରେ ଏକ ଗୁଳିବିନିମୟ ହୋଇଥିଲେ, ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ।
ସେନା ଅଧିକାରୀଙ୍କ ଅନୁଯାୟୀ, ହ୍ୱାଇଟ୍ ନାଇଟ୍ କର୍ପସର ଯବାନମାନେ କିସ୍ତୱାରର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲେ। ଏହା ପରେ ସେନା ସେହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା, ଏହି ସମୟରେ ଆତଙ୍କବାଦୀମାନେ ସେନାଙ୍କ ଉପରେ ଗୁଳି ଚଳାଇଥିଲେ। ସେନା ମଧ୍ୟ କଡା ଜବାବ ଦେଇଥିଲେ । ଅପରେସନ ଏବେ ବି ଜାରି ରହିଛି।
ଅଧିକାରୀମାନେ କହିଛନ୍ତି ଯେ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ସମୟରେ ଏକ ସଂକ୍ଷିପ୍ତ ଏନକାଉଣ୍ଟର ହୋଇଥିଲା। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ନିପାତ କରିବା ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି ଏବଂ ସର୍ଚ୍ଚ ଅପରେସନ୍ ଚାଲିଛି।
Comments are closed.