Latest Odisha News

BREAKING NEWS

ଜମ୍ମୁକଶ୍ମୀର ପୁଞ୍ଚରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀର ପୁଞ୍ଚରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ନିପାତ କରିବା ବିରୋଧରେ ଚାଲିଛି ଅଭିଯାନ। ପୁଞ୍ଚର ଭଟ୍ଟା ଦୁରିଆଁ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଚାଲିଛି । ସର୍ଚ୍ଚ ଅପରେସନର ପ୍ରାୟ ୪୬ ଘଣ୍ଟା ପରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ଜାରି ରହିଛି।

ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ପୁରା ଘେରି ରହିଛନ୍ତି ଭାରତୀୟ ସେନା। ଫଳରେ ଆତଙ୍କବାଦୀ ମାନେ ପ୍ରବଳ ଗୁଳିମାଡ କରୁଥିବା ଖବର ସାମ୍ନାକୁ ଆସିଛି। ଏହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି ଭାରତୀୟ ସେନା। ଉଭୟ ପଟୁ ପ୍ରବଳ ଗୁଳି ମାଡ ଜାରି ରହିଛି । ଅନ୍ୟ ପଟେ ସେନା ହେଲିକପ୍ଟର ମଧ୍ୟ ଦୁରିଆଁ ଜଙ୍ଗଲକୁ କଡା ନଜର ରଖିଛି। ହେଲେ ଆତଙ୍କବାଦୀ ନିହତ ହେବା ର କୌଣସି ସୂଚନା ଏପଯ୍ୟନ୍ତ ମାଳିପାରିନାହିଁ।

Leave A Reply

Your email address will not be published.