Latest Odisha News

BREAKING NEWS

ସୀମାରେ ପ୍ରବେଶକଲେ ପାକିସ୍ତାନକୁ କଠୋର ଜବାବ ଦିଆଯିବ: ସେନାଧ୍ୟକ୍ଷ ବିପିନ ରାୱତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଲଦାଖ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପଟରୁ ସୈନ୍ୟ ଠୁଳ କରୁଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତ ପାକିସ୍ତାନକୁ କଡ଼ା ଜବାବ ଦେଇ କହିଛନ୍ତି, ପାକିସ୍ତାନ ଯଦି ଏଲଓସିରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛି ତେବେ କରୁ ମାତ୍ର ଏହାବଦଳରେ ତାକୁ କଠୋର ଜବାବ ଦିଆଯିବ ।

ଏସମ୍ପର୍କରେ ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଶ୍ରୀ ରାୱତ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ପଟରୁ ଯଦି କୌଣସି ସମୟରେ ଅସୁବିଧା ସୃଷ୍ଟି କରାଯାଏ ତେବେ ତାକୁ ସାଂଘାତିକ ପରିଣାମ ଭୋଗ କରିବାକୁ ପଡ଼ିବ ।

୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ନେଇ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏବେ କାଶ୍ମୀର ପରିସ୍ଥିତିରେ ସୁଧାର ଆସିବାଲେ ଲାଗିଛି, ଉପତ୍ୟକାରେ ଶାନ୍ତି ଫେରିଆସିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଲଦାଖ ସମେତ କାଶ୍ମୀର ଉପତ୍ୟକା ଉପରେ ଭାରତୀୟ ସେନା କଡ଼ା ନଜର ରଖଛି । ସୀମା ଆରପଟରେ ପାକିସ୍ତାନୀଙ୍କ ଗତୀବିଧି ଉପରେ ଭାରତୀୟ ସୁରକ୍ଷାବଳ ପକ୍ଷରୁ ଅନୁଧ୍ୟାନ କରାଯାଉଛି ।

Leave A Reply

Your email address will not be published.