Latest Odisha News

BREAKING NEWS

ସମ୍ବଲପୁର-ଟିଟିଲାଗଡ଼ ରେଳ ଧାରଣାରେ ବର୍ଷାଜଳ: ଟ୍ରେନସେବା ବ୍ୟାହତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶା ରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେଓଗାଁ ରୋଡ଼-ବରଗଡ଼, ଲୋଇଶିଙ୍ଗା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ଟ୍ରେନ ସେବା ପ୍ରଭାବିତ ହୋଇଛି।

ଉଭୟ ଟ୍ରେନ ଓ ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମାର୍ଗରେ ଚଳାଚଳ କରୁଥିବା ଟ୍ରେନ ଗୁଡିକୁ ନିମ୍ନ ଅନୁଯାଇ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯାଇଅଛି।

ବାତିଲ ହୋଇଥିବା ଟ୍ରେନ:

(୧୩ ତାରିଖରେ) ରାଉରକେଲାରୁ ଛାଡିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ

(୧୪ ତାରିଖରେ) ଜଗଦଳପୁରରୁ ଛାଡିବାକୁ ଥିବା ୧୮୧୦୮ ଜଗଦଳପୁର-ରାଉରକେଲା ଏକ୍ସପ୍ରେସ

(୧୪ ଓ ୧୫ ତାରିଖରେ) ଉଭୟ ଦିଗରୁ ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ

(୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ) ଉଭୟ ଦିଗରୁ ୫୮୫୨୯/୫୮୫୨୦ ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର

(୧୪ ଓ ୧୫ ତାରିଖରେ) ଉଭୟ ଦିଗରୁ ୫୮୨୧୩/୫୮୨୧୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର

(୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ) ସମ୍ବଲପୁର ରୁ ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର

(୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ) କୋରାପୁଟ ରୁ ୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର

(୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ) ସମ୍ବଲପୁର ରୁ ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର

(୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ) ଜୁନାଗଡ଼ ରୋଡ଼ ରୁ ୫୮୩୦୪ ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର

ଆଂଶିକ ବାତିଲ ହୋଇଥିବା ଟ୍ରେନ:

(୧୩ ଓ ୧୪ ତାରିଖରେ) ହାଓଡ଼ା ରୁ ଛାଡିବାକୁ ଥିବା ଏବଂ ୧୪ ଓ ୧୫ ତାରିଖ ରେ ଟିଟିଲାଗଡ଼ ରୁ ଛାଡିବାକୁ ଥିବା ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ବାତିଲ ରହିବ।

(୧୩ ତାରିଖରେ) ହାଓଡ଼ା ରୁ ଛାଡିବାକୁ ଥିବା ଓ ୧୪ ତାରିଖ ରେ ଜଗଦଳପୁର ରୁ ଛାଡିବାକୁ ଥିବା ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ।

(୧୪ ତାରିଖ ଦିନ) ଉଭୟ ଦିଗରୁ ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

ମାର୍ଗ ପରିବର୍ତ୍ତିତ ଟ୍ରେନ:

(୧୩ ତାରିଖରେ) ଧାନବାଦ ରୁ ଛାଡିବାକୁ ଥିବା ୧୩୩୫୧ ଧାନବାଦ -ଆଲେପି ଏକ୍ସପ୍ରେସ ଓ ୧୨ ତାରିଖ ରେ ଆଲେପି ରୁ ଛାଡିଥିବା ୧୩୩୫୨ ଆଲେପି-ଧାନବାଦ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ।

(୧୩ ତାରିଖରେ) ହଟିଆ ରୁ ଛାଡିବାକୁ ଥିବା ୧୨୮୩୫ ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ।

(୧୩ ତାରିଖରେ) ପୁରୀ ରୁ ଛାଡିବାକୁ ଥିବା ୧୨୧୪୬ ପୁରୀ-ଏଲ.ଟି.ଟି.(ମୁମ୍ବାଇ) ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗଦେଇ ଚଳାଚଳ କରିବ।

(୧୩ ତାରିଖରେ) ଉଭୟ ପୁରୀ ଓ ଦୁର୍ଗ ରୁ ଛାଡିବାକୁ ଥିବା ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ରାୟଗଡା-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗହୋଇ ଚଳାଚଳ କରିବ।

(୧୪ ତାରିଖରେ) ସମ୍ବଲପୁର ରୁ ଛାଡିବାକୁ ଥିବା ୦୮୩୦୧ ସମ୍ବଲପୁର-ବନସୱାଡ଼ି ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ।

(୧୨ ତାରିଖରେ) ଯଶୋବନ୍ତପୁର ରୁ ଛାଡିଥିବା ୧୨୮୯୦ ଯଶୋବନ୍ତପୁର-ଟାଟା ଏକ୍ସପ୍ରେସ ଟିଟିଲାଗଡ଼-ରାଇପୁର-ବିଳାସପୁର-ଝାରସୁଗୁଡା ମାର୍ଗ ହୋଇ ଚଳାଚଳ କରିବ।

(୧୨ ତାରିଖରେ) ନାନ୍ଦେଡ଼ ରୁ ଛାଡିଥିବା ୨୦୮୧୦ ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ ମାର୍ଗ ହୋଇ ଚଳାଚଳ କରିବ।

(୧୩ ତାରିଖରେ) ବାଙ୍ଗାଲୋର କ୍ୟାଣ୍ଟ ରୁ ଛାଡିବାକୁ ଥିବା ୧୮୬୩୮ ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ-ସମ୍ବଲପୁର ମାର୍ଗ ହୋଇ ଚଳାଚଳ କରିବ।

(୧୩ ତାରିଖରେ) ସୁରଟ ରୁ ଛାଡିବାକୁ ଥିବା ୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ହୋଇ ଚଳାଚଳ କରିବ।

(୧୨ ତାରିଖରେ) ପୁରୀ ରୁ ଛାଡିଥିବା ୧୮୪୨୧ ପୁରୀ-ଆଜମୀର ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗ ହୋଇ ଯାତ୍ରା କରୁଛି।

Leave A Reply

Your email address will not be published.