Latest Odisha News

ଘାଟୀରେ ଟାର୍ଗେଟ କିଲିଂ ପରେ ସରକାର ନେଲେ କଡା ପଦକ୍ଷେପ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି । ଏହି ଘଟଣା ବଢ଼ିବା ଯୋଗୁ ଜମ୍ମୁ-କଶ୍ମୀର ସରକାର ବୁଧବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କଶ୍ମୀରରେ ନିଯୁକ୍ତି ପାଇଥିବା ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟା ୬ ଜୁନ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଦରକାର ବୋଲି କୁହାଯାଇଛି । କର୍ମଚାରୀମାନଙ୍କ ସମସ୍ୟା ଶୁଣିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉପ ରାଜ୍ୟପାଳ ମନୋଜ ସିହ୍ନା ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ସେଲ ନିର୍ମାଣ କରିବାକୁ କୁହାଯାଇଛି । ପିଏମ ପ୍ୟାକେଜ ଓ ଅଳ୍ପସଂଖ୍ୟକ କର୍ମୀଙ୍କ ସମସ୍ୟାକୁ ଅଣଦେଖା ନ କରିବା ପାଇଁ ସିହ୍ନା କହିଛନ୍ତି । ଆତଙ୍କବାଦୀମାନେ ଟାର୍ଗେଟ କିଲିଂରେ ଭୟଭୀତ ହୋଇ ଅଳ୍ପ ସଂଖ୍ୟକମାନେ ଘାଟୀ ଛାଡି ପଳାଇବେ ବୋଲି ଧମକ ଦେଇଥିଲେ ।

Leave A Reply

Your email address will not be published.