Latest Odisha News

BREAKING NEWS

ଓମାନ ଆଉ କୁଏତରେ ରିଲିଜ୍ ହେଇପାରିବନି ପୃଥ୍ୱୀରାଜ

ଭୁବନେଶ୍ୱର: ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ‘ପୃଥ୍ୱୀରାଜ’ ଓମାନ ଏବଂ କୁଏତରେ ରିଲିଜ ହୋଇପାରିବନି । ଏହି ଦୁଇ ଦେଶ ଇତିହାସକୁ ନିଖୁଣ ଭାବେ ପ୍ରଦର୍ଶନ କରୁଥିବା ଫିଲ୍ମକୁ ତାଙ୍କ ଦେଶରେ ରିଲିଜ୍ କରିବେନି । ପୂର୍ଣ୍ଣ ଭାବେ ଖବର ଆସିନଥିଲେ ମଧ୍ୟ ହାଲୁକା ସୂଚନା ମିଳିଛି ।

ଫିଲ୍ମ ଉପରେ କାହିଁକି ବ୍ୟାନ୍ ଲାଗିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । କିନ୍ତୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏଭଳି ସୂଚନା ମିଳିଥିବା ଏଚଟି ପ୍ରକାଶ କରିଛି । ତେବେ ବର୍ତ୍ତମାନ ଯାଏଁ ଏହି ଦୁଇ ଦେଶରୁ କୌଣସି ପ୍ରକାର ସୂଚନା ମିଳିପାରିନି ।

ଯେହେତୁ ନିର୍ମାତାଙ୍କ ପକ୍ଷରୁ ସୂଚନା ମିଳିଛି, ଏକ ପ୍ରକାର ସ୍ପଷ୍ଟ ହେଉଛି । ଫିଲ୍ମଟିରେ ଅକ୍ଷୟ କୁମାର ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ଥିବା ବେଳେ ମାନୁଷୀ ରାଜକୁମାରୀ ସଂୟୋଗିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଉଭୟ ଅକ୍ଷୟ ଏବଂ ମାନୁଷୀ ଏବେ ଦେଶ ସାରା ବୁଲି ପ୍ରମୋଶନରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ଐତିହାସିକ ପୃଷ୍ଠଭୂମିକୁ ନେଇ ପ୍ରସ୍ତୁତ ଫିଲ୍ମ ଦେଶରେ ଭଲ ଚାଲିବ ବୋଲି ଅନେକେ ମତ ଦେଇଛନ୍ତି । ଦେଶରେ ରାଷ୍ଟ୍ରବାଦୀଙ୍କ ସମୟ ଚାଲିଥିବାରୁ ଫିଲ୍ମକୁ ପ୍ରମୋଶନ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁନଥିବ ବୋଲି ନେଟିଜେନ୍ ମାନେ ମତ ରଖିଛନ୍ତି ।

Leave A Reply

Your email address will not be published.