Latest Odisha News

BREAKING NEWS

ପୁଣି ଅଶାନ୍ତ ସୀମା; ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ରଜୌରୀ: ବୁଧବାର ଜମ୍ମୁ ଓ କଶ୍ମୀରର ରାଜୌରୀରେ ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଗାଡି ଉପରକୁ ଗୁଳି ଚଳାଇଛନ୍ତି । ବର୍ତ୍ତମାନ ଘଟଣାରେ କୌଣସି ମୃତାହତର ଖବର ନାହିଁ । ଏହା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଜମ୍ମୁର ରାଜୌରୀର ସୁନ୍ଦରବନୀ ସେକ୍ଟରରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଗୋଟିଏ କିମ୍ବା ଦୁଇଟି ରାଉଣ୍ଡ ଗୁଳି ଚଳାଇଥିଲେ । ଆକ୍ରମଣ ସମୟରେ ସେନା ଗାଡ଼ିଟି ପାଟ୍ରୋଲିଂ କରୁଥିଲା । ଏହି ଘଟଣା ଘଟାଇବା ପରେ ଆତଙ୍କବାଦୀମାନେ ତୁରନ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

ଏହି ସୁନ୍ଦରବନୀ ଅଞ୍ଚଳ ଏଲଓସି ସଂଲଗ୍ନ ଯେଉଁଠାରେ ଏହି ଆକ୍ରମଣ ହୋଇଛି । ସେନା ଏପର୍ଯ୍ୟନ୍ତ ଗୁଳିଚାଳନା ସମ୍ପର୍କରେ ନିଶ୍ଚିତ କରିନାହିଁ । ବର୍ତ୍ତମାନ ପୋଲିସକୁ ସେଠାକୁ ଯିବାକୁ ଅନୁମତି ଦିଆଯାଉନାହିଁ । ସେନା ଏକ ସର୍ଚ୍ଚ ଅପରେସନ୍ ଚଳାଇଛି ।

Comments are closed.