ଭୁବନେଶ୍ବର: ଏବେ ବଜାରକୁ ଆସିଯାଇଛି ଜାମୁକୋଳି । ଏହା ଖାଇବାକୁ ଯେତେ ସ୍ବାଦିଷ୍ଟ ସେତିକି ପୋଷକତତ୍ତ୍ବରେ ଭରପୂର ଅଟେ । ଏହା ସ୍ୱାଦରେ ଖଟାମିଠା ହୋଇଥାଏ। ଏହା ଏକ କମ୍ କ୍ୟାଲୋରୀ ଫଳ, ତେଣୁ ଏହାର ସେବନ ଓଜନ ହ୍ରାସ ଏବଂ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। କେବଳ ଜାମୁ ଗଛର କୋଳି ନୁହେଁ ବରଂ ଏହାର ମଞ୍ଜି ଏବଂ ଛାଲି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।
ଜାମୁକୋଳିରେ ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍, କ୍ୟାଲସିୟମ୍ ଭରପୂର ଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ଅନ୍ୟାନ୍ୟ ପୋଷକ ତତ୍ବ ମଧ୍ୟ ରହିଥାଏ । ଯେପରିକି ଫାଇବର, ଫୋଲିକ୍ ଏସିଡ୍, ଫ୍ୟାଟ୍, ପ୍ରୋଟିନ୍, ସୋଡିୟମ୍, ରାଇବୋଫ୍ଲାଭିନ, ଥିଏମାଇନ୍, କାରୋଟିନ୍ ଇତ୍ୟାଦି ।
ଜାମୁକୋଳିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଜାମୁକୋଳି ଖାଇବା ଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ନାହିଁ ବରଂ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ଥିବା ହାଇ ଆଣ୍ଟିଅକ୍ସିଡାଣ୍ଟ କେବଳ ମଧୁମେହ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭ ପ୍ରଦାନ କରେ ।
ଜାମୁକୋଳିରେ ଜାମ୍ବୋଲିନ୍ ନାମକ ଏକ ପଦାର୍ଥ ମିଳିଥାଏ। ଏହାକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହି କୋଳି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। ଏଥିରେ ଥିବା ଜାମ୍ବୁସିନ୍ ଏବଂ ଜାମ୍ବୋଲିନ୍ ନାମକ ପଦାର୍ଥ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
ଜାମୁରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଜାମୁରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥାଏ । ଫଳରେ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ତୁମର କ୍ରେଭିଙ୍ଗକୁ ନିୟନ୍ତ୍ରଣ କରେ ।
ଜାମୁରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରେ ଏବଂ ହୃଦରୋଗର ଆଶଙ୍କା କମ କରେ। ଏହା କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ।
ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ରହିଛି ଜାମୁକୋଳିରେ, ଯାହା ରୋଗ ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ ଭଲ। ଏହାକୁ ଖାଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
ସେହିପରି ବ୍ରଣଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରର ରସକୁ ମୁଁହରେ ଲଗାଇପାରିବେ ।
Comments are closed.