Latest Odisha News

BREAKING NEWS

ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ, ଭୟଭୀତ ହେଲେ ଯାତ୍ରୀ

କଟକ: ଜନ ଶତାଦ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଯାଇଛି । ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲଓ୍ବେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଟ୍ରେନଟି ଭୁବନେଶ୍ବରରୁ ହାଓ୍ବଡା ଯାଉଥିଲା । ପରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କଟକ ଷ୍ଟେସନରେ ଟ୍ରେନଟି ପ୍ରାୟ ୪୫ ମିନିଟ୍ ଅଟକି ରହିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇ ନ ଥିବା ବେଳେ ଟ୍ରେନ୍‌ର ବି ବିଶେଷ କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।  ହଠାତ୍ ନିଆଁ ଲାଗିବା ଯୋଗୁଁ  ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ  । ତେବେ ବର୍ତ୍ତମାନ ନିଆଁ ସମ୍ପର୍ଣ୍ଣ ଆୟତ୍ତ ହେବା  ପରେ ଷ୍ଟେସନରୁ ଟ୍ରେନ୍ ଛାଡିଥିବା ସୂଚନା ମିଳିଛି ।

Leave A Reply

Your email address will not be published.