Latest Odisha News

BREAKING NEWS

ମିଗଜୋମ ପ୍ରଭାବରେ ଭିଜିଲା ଓଡିଶା : ଆଜି ସୁନ୍ଦରଗଡରେ ସବୁ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ: ବାତ୍ୟା ମିଗଜୋମ୍ ଦୁର୍ବଳ ହୋଇଛି ସତ ହେଲେ ଉଜାଡି ଦେଇଛି ସବୁକିଛି  । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଛି । ପୁରା ପାଗର ମିଜାସ ବଦଳିଯାଇଛି । ହଠାତ୍ ବଢିଯାଇଛି ଥଣ୍ଡା  । ଦିନର ତାପମାତ୍ରା ଖସିବା ସହ ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । ଖାଲି ଜନଜୀବନ ନୁହେଁ , ଚାଷବାସ ବି ପୁରା ପ୍ରଭାବିତ ହୋଇଛି  ।

ବିଶେଷ କରି କୋରାପୁଟ , ନବରଙ୍ଗପୁର , ସୁନ୍ଦରଗଡ , ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଚାଷୀର ଚାଷ ଜମି ପୁରା ଜଳମଗ୍ନ ହୋଇପଡିଛି  । ମୁଣ୍ଡ ଝାଳ ତୁଣ୍ଡରେ ମାରି ଯାହା କିଛି ଧାନ ଫସଲ ଅମଳ କରିଥିଲା , ସେ ସବୁ ଛାରଖାର ହୋଇଯାଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ , ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଛି । ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଡିଇଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.