ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ାରେ ହିଣ୍ଡାଲକୋ ପକ୍ଷରୁ ୨ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ପୋଡାପୋଡିଠାରେ ଏହି ଶୁଣାଣୀ ହୋଇଥିଲା।
ବୈଠକରେ ସ୍ଥାନୀୟ ଗ୍ରାମବାସୀମାନେ ଭାଗ ନେଇ କାରଖାନା ନିର୍ମାଣ କାର୍ଯ୍ୟକୁ ସ୍ୱାଗତ କରିଥିଲେ। ଏହାସହ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି ମଧ୍ୟ କରିଥିଲେ। ଜନଶୁଣାଣୀ କାର୍ଯ୍ୟକ୍ରମକୁ ନିକଟସ୍ଥ ଗାଁ ଲୋକଙ୍କୁ ଛଡ଼ା ଯାଇନଥିଲା। ଫଳରେ ସଭାସ୍ଥଳୀ ବାହାରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଜନଶୁଣାଣୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ମୂତୟନ ହୋଇଥିଲେ। ଆଲୁମିନା କାରଖାନା ପାଇଁ ୨୦୨୦ ଜାନୁଆରୀ ୯ରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ବୈଠକରେ ଅନୁମତି ମିଳିଥିଲା।
Comments are closed.