Latest Odisha News

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସକୁ ବଡ ସଫଳତା । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ପାଟ୍ରୋଲିଂ ବେଳେ ପୋଲିସ ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ନନ୍ଦମାହା ଗ୍ରାମର ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ ।

ଗିରଫ ଚାଲାଣକାରୀ ହେଲେ ନନ୍ଦମାହା ଗ୍ରାମର ଖଗେଶ୍ବର କହଁର ଓ ବାସୁଦେବ କହଁର । ଏନେଇ କ.ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଛି  ।

Leave A Reply

Your email address will not be published.