Latest Odisha News

BREAKING NEWS

୨୧ରେ ପ୍ରଦାନ କରାଯିବ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ- ୨୦୨୧ ଘୋଷିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି।

ସାହିତ୍ୟ , ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଡାକ୍ତର ଯୋଗମାୟା ପଟ୍ଟନାୟକଙ୍କୁ ‘ଜାନକୀ ବଲ୍ଲଭ ସମାଜ ସେବା ସମ୍ମାନ’, ଅଧ୍ୟାପକ ତଥା ଲେଖକ ବିଶ୍ୱରଞ୍ଜନଙ୍କୁ ‘ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ’ ଏବଂ ବିଶିଷ୍ଟ ସାମ୍ବାଦିକ ସନ୍ଦୀପ ସାହୁଙ୍କୁ ‘ଜାନକୀ ବଲ୍ଲଭ ସାମ୍ୱାଦିକ ସମ୍ମାନ’ ପାଇଁ ମନୋନୀତ କରାଯାଇଛି।

Leave A Reply

Your email address will not be published.