ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଜାରି ରହିଥିବା ବେଳେ ରବିବାର ଦିନ ସକାଳ ୭ଟାରୁ ସବୁକିଛି ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି ।
କୋଭିଡ-୧୯ ଲାଗି ସତର୍କତା ଏବଂ ସାମାଜିକ ଦୂରତା ବଜାୟ ଓ ସୁସ୍ଥ ରହିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଘରେ ରହି ଜନତା କର୍ଫ୍ୟୁ ପାଳନ କରିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି।
ଆଜିର ଜନତା କର୍ଫ୍ୟୁ ଯୋଗୁଁ ଟ୍ରେନ ସେବାକୁ ମଧ୍ୟ ବାତିଲ କରାଯାଇଥିବା ସୂଚନା ମିଳିଛି ।
ଏହି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇବା ପାଇଁ ରବିବାର ଅପରାହ୍ନ ୫ଟାରେ ଜନସାଧାରଣଙ୍କୁ ପାଞ୍ଚ ମିନିଟ୍ ପାଇଁ ଥାଳି, ପ୍ଲେଟ କିମ୍ବା ଘଣ୍ଟ ପିଟିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ମାର୍ଚ୍ଚ ୨୯ ଯାଏଁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ୪୦ ପ୍ରତିଶତ ଲକଡାଉନ ଘୋଷଣା କରିଛନ୍ତି। ଯାହାଫଳରେ ଲୋକମାନେ ବାହାରକୁ ନବାହାରି ଘର ଭିତରେ ସମୟ ଅତିବାହିତ କରୁଛନ୍ତି।
Comments are closed.