ମୁମ୍ବାଇ: ବଲିଉଡ଼ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ବୟପ୍ରେଣ୍ଡଙ୍କ ବିଷୟରେ ଖୁଲମ୍ଖୁଲା ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କର ପ୍ରଥମ ପ୍ରେମ ସମ୍ପର୍କରେ ବି କହିଛନ୍ତି ।
ନିକଟରେ ଆୟୋଜିତ କୁଶା କପିଳାଙ୍କ ସହ ସ୍ୱାଇପ ରାଇଡ ନାମକ ଏକ ଶୋରେ ଜାହ୍ନବୀ କପୁର ସାମିଲ ହୋଇଥିଲେ । ସେ ଏଠାରେ ସାକ୍ଷାତକାରରେ ନିଜର ପ୍ରଥମ ପ୍ରେମ ସମ୍ପର୍କରେ ପ୍ରକାଶ କରିଥିଲେ । ଆଉ କହିଥିଲେ ଯେ, ପ୍ରଥମ ସିରିୟସ ବୟଫ୍ରେଣ୍ଡ ସିଏ ଥିଲେ, ଯାହାଙ୍କୁ ମୁଁ ଲୁଚି ଲୁଚି ଦେଖା କରୁଥିଲି । ଏଥିଲାଗି ଘରେ ବହୁତ ମିଛ ବି କହିଛି । କିନ୍ତୁ ଆମର ଏ ସମ୍ପର୍କ ଶୀଘ୍ର ହିଁ ଶେଷ ହୋଇଯାଇଥିଲା । କାରଣ ମୋର ପ୍ରଥମ ପ୍ରେମକୁ ମୋ ବାପା ମାଆ ପସନ୍ଦ କରି ନ ଥିଲେ । ଫଳରେ ଉକ୍ତ ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା । ଏ ବ୍ୟାପାରରେ ସେମାନେ ବହୁତ ରକ୍ଷଣଶୀଳ ଥିଲେ ।
ଏବେ ଜାହ୍ନବୀ ଶିଖର ପହାଡ଼ିଆଙ୍କୁ ଡେଟ୍ କରୁଛନ୍ତି । ଗତ ମାସରେ ଦୁହିଁଙ୍କୁ ଗୋଟିଏ କାରରେ ଅର୍ଜୁନ କପୁରଙ୍କ ଘରକୁ ଯିବାର ଦେଖିବାକୁ ମିଳିଥିଲା । ଏଥିସହିତ ନୀତା ମୁକେଶ ଅମ୍ବାନୀ କଲ୍ଚରାଲ ସେଣ୍ଟରର ଲଞ୍ଚ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ବୋନୀ କପୁରଙ୍କୁ ମଧ୍ୟ ତାଙ୍କ ସହ ଦେଖିବାକୁ ମିଳିଥିଲା । ଜାହ୍ନବୀଙ୍କ ଜନ୍ମଦିନରେ ଶିଖର ତାଙ୍କ ସହ ଏକ ରୋମାଣ୍ଟିକ୍ ଛବି ପୋଷ୍ଟ କରିଥିଲେ । ଶିଖର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାତି ଓ ଜଣେ ଶିଳ୍ପପତି ।
Comments are closed.