Latest Odisha News

BREAKING NEWS

ହମ୍ପଟି ଶର୍ମା ଓ ବଦ୍ରିନାଥ ପରେ ଆଉ ଦୁଲହନିଆଁ ହେବେନି ଆଲିଆ, ଜାଣନ୍ତୁ କିଏ ହେବେ ବରୁଣଙ୍କ ଦୁଲହନିଆଁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ବରୁଣ ଧାୱନ ତାଙ୍କ ଅଭିନୀତ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆଁ’ ଓ ‘ବଦ୍ରିନାଥ କି ଦୁଲହନିଆଁ’ରେ ସବୁ ସିନେପ୍ରେମୀଙ୍କ ମନ କିଣିଥିଲେ । ବର୍ତ୍ତମାନ ବରୁଣ ‘ଦୁଲହନିଆଁ’ ଫ୍ରାଞ୍ଚାଇଜ୍ ରେ ତୃତୀୟ ଥର ପାଇଁ ବର ହେବାକୁ ଯାଉଛନ୍ତି । କିନ୍ତୁ ଏଥର ବରୁଣଙ୍କ ଦୁଲହନିଆଁ ବେଶରେ ଦେଖିବାକୁ ମିଳିବନି ଆଲିଆଙ୍କୁ । କାରଣ ଏଥର ବରୁଣଙ୍କ ଦୁଲହନିଆଁ ହେବେ ଫିଲ୍ମ ‘ବୱାଲ’ର ଅଭିନେତ୍ରୀ ଜାନଭୀ ।

ବର୍ତ୍ତମାନ ବରୁଣ୍ ତାଙ୍କର ନୂତନ ଫିଲ୍ମ ‘ଦୁଲହନିଆଁ-୩’ କୁ ନେଇ ବେସ୍ତ ଅଛନ୍ତି । ଏପରି ପରିସ୍ଥିତିରେ ଆଲିଆ କାହିଁକି ହିଟ୍ ଫ୍ରାଞ୍ଚାଇଜ୍କୁ ଫେରୁନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଗତ ବର୍ଷ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ବାୱାଲ୍’ ପରେ ବରୁଣ ଏବଂ ଜାନଭୀ କପୁର ପୁଣି ଥରେ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ।

ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଦୁଲହନିଆଁ-୩’ର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖେତାନ୍ । ପୂର୍ବ ଚଳଚ୍ଚିତ୍ରର ପାର୍ଟ ସହ ଏହି ଚଳଚ୍ଚିତ୍ରର କୌଣସି ସମ୍ବନ୍ଧ ନାହିଁ । ଏହାପୂର୍ବରୁ ରିଲିଜ ହୋଇଥିବା ‘ବଦ୍ରିନାଥ କି ଦୁଲହନିଆଁ’ ଏବଂ ‘ହମ୍ପଟି ଶର୍ମା କି ଦୁଲହନିଆଁ’ର କାହାଣୀ ମଧ୍ୟ ପରସ୍ପରଠାରୁ ଭିନ୍ନ ଥିଲା । ଆସନ୍ତା କିଛି ମାସ ମଧ୍ୟରେ ଫିଲ୍ମ ଟିର ଶୁଟିଂ ଆରମ୍ଭ ହେବ।” ତେବେ ଏନେଇ ଧର୍ମା ପ୍ରଡକସନ୍ କିମ୍ବା କରଣ ଜୋହରଙ୍କ ଠାରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।

Comments are closed.