Latest Odisha News

BREAKING NEWS

ଡିପଫେକ୍ କୁ ନେଇ ତତ୍ପର କମିଶନରେଟ୍ ପୋଲିସ, ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ

ଭୁବନେଶ୍ଵର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନରେ ଡିପଫେକ୍ ସାଜିପାରେ ସବୁଠୁ ବଡ ବାଧକ । ସେଥିପାଇଁ ପୋଲିସ ମାନଙ୍କୁ ସଜାଗ ରହିବାକୁ ଦିଆଯାଇଛି ସ୍ଵତନ୍ତ୍ର ତାଲିମ | ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ତାଲିମ ଦିଆଯାଇଛି । କେବଳ ତାଲିମପ୍ରାପ୍ତ ଅଫିସର ମାନେ ହିଁ ଡ଼ିପଫେକ୍ ଫଟୋ ଓ ଭିଡ଼ିଓ ଚେକ୍ କରିବେ । ଏହି କାମରେ ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ ।

ଡିପଫେକ୍ ହେଉଛି ଏକ ମିଛ ଭିଡିଓ । ସ୍ବତନ୍ତ୍ର ସଫ୍ଟଓୟାର ବ୍ୟବହାର କରି ଏହି ମିଛ ଭିଡିଓ ପ୍ରସ୍ତୁତ କରାଯାଇଥାଏ । ଡିପ୍ ମେସିନ୍ ଲାର୍ଣ୍ଣିଂ ଟେକ୍ନୋଲୋଜି ମାଧ୍ୟମରେ ଏହା ପ୍ରସ୍ତୁତ ହୁଏ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରି ଗୋଟିଏ କ୍ଲିକରେ ଜଣେ ବ୍ୟକ୍ତିଙ୍କ ଫଟୋ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଯୋଡି ଦିଆଯାଏ । ପୁରା ଅସଲି ଲାଗୁଥିଲେ ବି ଏ ଭିଡିଓ ନକଲି ହୋଇଥାଏ । ଅନେକ ସମୟରେ ଛବି ସହିତ ଅଡିଓ ବ୍ୟବହାର କରି ଡିପଫେକ୍ କରାଯାଏ ।

ତେବେ ଗତ କିଛି ଦିନ ହେବ ବହୁ ସେଲିବ୍ରିଟି ଓ ପ୍ରସିଦ୍ଧ ବ୍ୟକ୍ତିଙ୍କର ଏଭଳି ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନ୍ନା, କାଟ୍ରିନା କୈଫ, ଆଲିଆ, କାଜୋଲଙ୍କ ପରି ବହୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଉପରି ଡିପ୍ ଫେକ୍ ଭିଡିଓ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।

Leave A Reply

Your email address will not be published.