ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ବେଶ୍ ଦୃଷ୍ଟି ଆକର୍ଷଣ କରିଥାଏ । ଖାସ୍କରି ବିମାନବନ୍ଦରରେ ଯିବା ସମୟର ଲୁକ୍କୁ ପ୍ରଶଂସକ ବେଶୀ ପସନ୍ଦ କରିଥାନ୍ତି । ପ୍ରତ୍ୟେକ ସେଲିବ୍ରିଟି ବିମାନବନ୍ଦରରେ ଯିବା ସମୟର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହୋଇଥାଏ । ଏଇ ଯେମିତି ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବିମାନବନ୍ଦରର ଫଟୋ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର ଲୁକ୍ ଯେତିକି ସ୍ୱତନ୍ତ୍ର ଥିଲା, ତାଙ୍କ ହାତରେ ଥିବା ତକିଆ ତାହାଠାରୁ ଅଧିକ ଆକର୍ଷିତ କରିଥିଲା ।
ଜାହ୍ନବୀ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଏକ ବିଳାସପୂର୍ଣ୍ଣ କାରରେ ଆସି ବିମାନବନ୍ଦରରେ ପହଞ୍ôଚଥିଲେ । ସେ କାରରୁ ଓହ୍ଲାଇବା ବେଳେ ହାତରେ ବ୍ୟାଗ୍ ଓ ଜ୍ୟାକେଟ୍ ଧରିବା ସହ ଏକ ବଡ଼ ତକିଆ ବି ଧରିଥିଲେ । ବିମାନବନ୍ଦରରେ ଏଣ୍ଟ୍ରି କରିବା ସମୟରେ ତାଙ୍କ ହାତରେ ତକିଆ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ସେ ଏକ ନୀଳ ଓ ଧଳା ରଙ୍ଗର ପ୍ରିଣ୍ଟେଡ଼୍ ଫ୍ରକ୍ ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ।
ଜାହ୍ନବୀଙ୍କ ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ମଜାଳିଆ ଢଙ୍ଗରେ ଜାହ୍ନବୀ ହୋଟେଲରୁ ତକିଆ ଚୋରି କରି ଆଣିଥିବା କହିଛନ୍ତି ।
Comments are closed.