Latest Odisha News

BREAKING NEWS

ଭଉଣୀ ଖୁସିଙ୍କ ସହ ତିରୁମାଳା ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ସୋମବାର ଜାହ୍ନବୀ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ତେଲୁଗୁ ପୋଷାକରେ ନଜର ଆସିଥିଲେ ।  ଦକ୍ଷିଣ ଫିଲ୍ମ ‘ଏନ୍‌ଟିଆର-୩୦’ର ସଫଳତା ପାଇଁ ସେ ଏହି ପୂଜାର୍ଚ୍ଚନା କରିଥିବା ଜଣାଯାଇଛି ।

BjdElectrycity

ଜାହ୍ନବୀଙ୍କୁ ଶେଷ ଥର ପାଇଁ ମିଲି ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁରେ ପ୍ରଶଂସକଙ୍କ ହୃଦୟ ଜିତିପାରିଥିଲେ । ଜାହ୍ନବୀ ବଲିଉଡ଼ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି । ଏବେ ସେ ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍‌ଟିଆରଙ୍କ ସହିତ ଫିଲ୍ମ ‘ ଏନ୍‌ଟିଆର-୩୦’ରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଏହାକୁ କୋରତାଲା ସିଭା ନିର୍ଦ୍ଦେଶନା ଦେଉଛନ୍ତି । ଜାହ୍ନବୀଙ୍କ ଏହା ଦକ୍ଷିଣ ଡେବ୍ୟୁ ଫିଲ୍ମ ।

Leave A Reply

Your email address will not be published.