Latest Odisha News

BREAKING NEWS

ଖୁବ୍ ଶୀଘ୍ର ଆସୁଛି ବିବେକଙ୍କ ୱେବସିରିଜ ଦି କଶ୍ମୀର ଅନରିପୋର୍ଟେଡ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ମାତା ବିବେକ ଅଗ୍ନିହୋତ୍ରି ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାର ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । ଏହା ଅଗଷ୍ଟ ୧୫ରେ ରିଲିଜ ହେବ । ତେବେ ଏହା ପୂର୍ବରୁ ବିବେକଙ୍କ ଦି କଶ୍ମୀର ଅନରିପୋର୍ଟେଡ ୱେବ ସିରିଜକୁ ପ୍ରଶଂସକମାନେ ଦେଖିପାରିବେ । ଏହି ୱେବ ସିରିଜ ପାଇଁ ସେ ୫ ବର୍ଷର ଗବେଷଣା ସହ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ଏଥିରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ସହ ଜଡିତ ସମସ୍ତ ପ୍ରସଙ୍ଗ ରହିଛି । ଦି କଶ୍ମୀର ଫାଇଲ୍ସ ଫିଲ୍ମରେ ଅନେକଗୁଡିଏ ଦୃଶ୍ୟ ଦେଖାଇବା ସମ୍ଭବପର ନ ଥିଲା । ଏହା ସବୁ ଏହି ୱେବସିରିଜରେ ଦେଖିବାକୁ ମିଳିବ ବୋଲି ଏକ ସାକ୍ଷାତକାରରେ ବିବେକ କହିଛନ୍ତି । ଅନ୍ୟ ଅର୍ଥରେ ଏହା ଦି କଶ୍ମୀର ଫିଲ୍ମର ଫଲୋଅପ । ୬୦୦ରୁ ୭୦୦ ଲୋକଙ୍କ ସାକ୍ଷାତକାର ସେ ନେଇଥିଲେ ।

ସୂଚନାଯୋଗ୍ୟ, ଦି କଶ୍ମୀର ଫାଇଲ୍ସ ବିବାଦୀୟ ହେବା ସତ୍ୱେ ବକ୍ସ ଅଫିସରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଥିଲା । ଦର୍ଶକମାନେ ଏହାକୁ ବେଶ ପସନ୍ଦ କରିଥିଲେ । କଶ୍ମୀରରୁ କିପରି ପଣ୍ଡିତମାନଙ୍କୁ ହଟା ଯାଇଥିଲା ତାହା ଏଥିରେ ଜୀବନ୍ତ ଭାବେ ଦର୍ଶା ଯାଇଥିଲା । ଯେତେଦୂର ସମ୍ଭବ ମେ କିମ୍ବା ଜୁନରେ ଏହା ରିଲିଜ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.