Latest Odisha News

BREAKING NEWS

ରାମଚରଣଙ୍କ ପରେ ସୂରିୟାଙ୍କ ସହ ଫିଲ୍ମ କରିବେ ଜାହ୍ନବୀ

ମୁମ୍ବାଇ: ଧଡକ ଫିଲ୍ମ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିବା ଜାହ୍ନବୀ କାପୁରଙ୍କ ଚାହିଦା ଦକ୍ଷିଣ ଭାରତ ଫିଲ୍ମରେ ବୃଦ୍ଧି ପାଇବାରେ ଲାଗିଛି । ସାଉଥ ସୁପରଷ୍ଟାର ରାମଚରଣଙ୍କ ସହ ସେ ଆରସି ୧୬ ଫିଲ୍ମ ସାଇନ କରିଛନ୍ତି । ଏହା ବୁଚି ବାବୁ ସନା ନିର୍ଦ୍ଦେଶନା ଦେବେ । ଜାହ୍ନବୀ ଜୁନିୟର ଏନଟିଆରଙ୍କ ସହ ଦୋବାରା ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସେ ଖୁବ ଶୀଘ୍ର ସୂରିୟାଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି । ବାପା ବୋନୀ କାପୁର ଏ ନେଇ କହିଛନ୍ତି ଜାହ୍ନବୀ ତାର ମାଆ(ଶ୍ରୀଦେବୀ)ଙ୍କ ପରି ଭଲ ନାମ କମାଇବ ।

ସେ ଏଥିନେଇ କଠିନ ପରିଶ୍ରମ ମଧ୍ୟ କରୁଛି । ବଲିଉଡରେ ତାଙ୍କର ଆଗାମୀ ଫିଲ୍ମ ରାଜକୁମାର ରାଓଙ୍କ ସହ ଆସୁଛି । ଏହାର ନାମ ମିଷ୍ଟର ଆଣ୍ଡ ମିସେଜ ମାହୀ ରଖାଯାଇଛି । ଉଭୟ ରୂହୀ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ଗୁଲଶନ ଦୈବେୟାଙ୍କ ସହ ଉଲଝନ ଫିଲ୍ମ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.