Latest Odisha News

BREAKING NEWS

ରଣଜୀ ଟ୍ରଫି: ନୈରାଶ୍ୟଜନକ ଢଙ୍ଗରେ ଶେଷ ହେଲା ଓଡିଶାର ଅଭିଯାନ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଶେଷ କରିଛି । ଶେଷ ଲିଗ ମ୍ୟାଚରେ ଦିଲ୍ଲୀଠାରୁ ହାରିବା ପରେ ଓଡିଶା ଗ୍ରୁପ ଡିରେ ୭ମ ସ୍ଥାନରେ ରହିଛି । ଦଳ ଓଭରାଲ ୭ ମ୍ୟାଚରୁ ୧୨ ପଂଏଟ ହାସଲ କରିପାରିଛି । ଦିଲ୍ଲୀ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୪୪୦ ରନ କରିଥିଲା । ଜବାବରେ ଦିଲ୍ଲୀ ୪୫୧ ରନ କରି ୧୧ ରନର ଅଗ୍ରଣୀ ହାସଲ କରିଥିଲା । ଓଡିଶା ଦ୍ୱିତୀୟ ଇନିଂସରେ ୧୩୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଆଶୀର୍ବାଦ ସ୍ୱାଇଁ ୨୯ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ସୁମିତ ମାଥୁର ସର୍ବାଧିକ ୫ଟି ୱିକେଟ ନେଇଥିଲେ ।

୧୨୩ ରନର ଲକ୍ଷ୍ୟକୁ ଦିଲ୍ଲୀ ୨୦.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଆୟୂଶ ବଦାନୀ ୪୦ ରନ କରି ଅପରାଜିତ ରହିଥିଲେ । ଜେବି ମହାପାତ୍ର ଓଡିଶା ପକ୍ଷରୁ ୨ଟି ୱିକେଟ ହାସଲ କରିଥିଲେ । ଓଡିଶା ଏହି ରଣଜୀ ସିଜନରେ ଶୃଙ୍ଖଳିତ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଦଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୨ଟିରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିଲା ।

Leave A Reply

Your email address will not be published.